www.samajalive.in
Sunday, December 14, 2025
17.1 C
Bhubaneswar

ଦୟନୀୟ ଅବସ୍ଥାରେ ମାଛ ବଜାର ରାସ୍ତା, ପୂର୍ତ୍ତ ବିଭାଗ ନିରବଦ୍ରଷ୍ଟା

ଆଠଗଡ: ଆଠଗଡ ସହରର ମାଛ ବଜାର ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇ ଦୟନୀୟ ସ୍ଥିତିରେ ରହିଛି । ଗୋପବନ୍ଧୁ ଛକଠାରୁ ମାଛ ବଜାର, ଉପକାରାଗାର ଓ ବାଳିକା ହାଇସ୍କୁଲ ଦେଇ ନୃସିଂହ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୫ଶହ ମିଟର ବିଶିଷ୍ଟ ଏହି ବ୍ୟସ୍ତବହୁଳ ରାସ୍ତାଟିଏ ଏପରି ଅବସ୍ଥା ପ୍ରତି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଉଦାସୀନ ରହିଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ବାଳିକା ହାଇସ୍କୁଲ, ବିଶ୍ଵନାଥ ବିଦ୍ୟାପୀଠ ଓ ବିଶ୍ଵନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଯିବାଆସିବା କରିଥାଆନ୍ତି । ଆଠଗଡର ସମସ୍ତ ବଜାରଘାଟକୁ ଯିବାଆସିବା ଲାଗି ଅଞ୍ଚଳର ଅର୍ଦ୍ଧାଧିକ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବେଳେ ବହୁ ଯାନବାହାନ ଚଳାଚଳ କରିଥାଏ ।

କିନ୍ତୁ ରାସ୍ତାର ବିଭିନ୍ନ ସ୍ଥାନରେ ବିଶେଷକରି ମାଛ ବଜାର ନିକରରେ ବହୁ ଖାଲଖମା ଏବଂ ରାସ୍ତା ଦୁଇ ପାର୍ଶ୍ୱରେ ଅନେକ ଯାଗାରେ ପିଚୁ ଧୋଇଯାଇ ଗାତ ସୃଷ୍ଟି ହେଇଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ କଷ୍ଟକର ଓ ବିପଦପୂର୍ଣ୍ଣ ହୋଇପଡୁଛି। ଅନେକ ସମୟରେ ମଧ୍ଯ ବାଇକ ଆରୋହୀ ଓ ପଥଚାରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଗତ ଦଶହରା ପୂର୍ବରୁ ଉପଜିଲ୍ଲାପାଳ ସହରର ସମସ୍ତ ରାସ୍ତା ମରାମତି କରିବାକୁ ନିର୍ଦେଶ ଦେଇଥିଲେ ।

- Advertisement -

କେତେକ ରାସ୍ତା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ମରାମତି କରିଥିଲେ ହେଁ ଏହି ବ୍ୟସ୍ତବହୁଳ ମାଛ ମାର୍କେଟ ରାସ୍ତାଟିକୁ ଅଣଦେଖା କରିଦେଇଥିଲେ । ସାଧାରଣରେ ଏଥିପାଇଁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । କିଛିଦିନ ପୂର୍ବରୁ କେତେକ ଗଣମାଧ୍ୟମ ପ୍ରତିନିଧି ଏହି ରାସ୍ତା ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୁବଶୀଘ୍ର ରାସ୍ତାର ମରାମତି ବା ନବୀକରଣ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ କହିଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆଠଗଡ ସହର ମଧ୍ଯସ୍ଥ ଏହି ଜନଗହଳିପୁର୍ଣ୍ଣ ତଥା ବ୍ୟସ୍ତବହୁଳ ରାସ୍ତାଟିର ସମ୍ପୂର୍ଣ୍ଣ ନବୀକରଣ କରିବାକୁ ଦାବି ହେଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories