ପାଟଣା :କରଞ୍ଜିଆ ବନାଞ୍ଚଳ ରୁ ଗତକାଲି ପାଟଣା ବନାଞ୍ଚଳ କୁ ପ୍ରବେଶ କରିଥିବା ୨୬ ଟିକିଆ ହାତୀପଲ ଗତରାତି ପାଟଣା ବନାଞ୍ଚଳ ଇଲାକା ସାହାରପଡା ବ୍ଲକ ଖଡିକାପଦା ଅଞ୍ଚଳକୁ ପ୍ରବେଶ କରି ୩ ଟି ଘର ଭାଙ୍ଗିଛନ୍ତି। ହରିଡ଼ାଗୋଠ ଗ୍ରାମର ଗୋବିନ୍ଦ ଚନ୍ଦ୍ର ମୁଣ୍ଡା, ଗୟଳକୁଣ୍ଡ ଗ୍ରାମର ମାଚୁ ମୁଣ୍ଡା ଓ ଖଡିକାପଦା ଗ୍ରାମର ମାଠ ମୁଣ୍ଡାଙ୍କ ଘର ଭାଙ୍ଗି ଘରୁ ଧାନ ଚାଉଳ ଖାଇଯାଇଛନ୍ତି। ଆଜି ସକାଳୁ ପୁଣି କରଞ୍ଜିଆ ବନାଞ୍ଚଳ ଇଲାକାକୁ ହାତୀପଲ ଫେରି ଯାଇଥିବା ବେଳେ ପୁନଶ୍ଚ ଆଜି ସନ୍ଧ୍ୟାରେ ପାଟଣା ବନାଞ୍ଚଳ ଇଲାକା କୁ ପ୍ରବେଶ କରି ଗୋରାସ ପଞ୍ଚାୟତ ନୟା ଜଗନ୍ନାଥପୁର, ଜଡବିଲରେ ଡେରା ପକାଇ ଥିବାରୁ ଅଞ୍ଚଳ ବାସି ଭୟଭିତ ଅଛନ୍ତି। ବନପାଳ ଭୂପତି ସେଠୀ ଓ ବନରକ୍ଷୀ ଦୀପକ ରଣା ଓ ପାରା କର୍ମଚାରୀ ମାନେ ହାତୀପଲ ଉପରେ ନଜର ରଖିଛନ୍ତି।
Popular Categories



