www.samajalive.in
Monday, December 15, 2025
24.1 C
Bhubaneswar

କୁଡୁମୀ ସମାଜର ବାର୍ଷିକ ଉତ୍ସବ

ତେଲକୋଇ: ତେଲକୋଇ ମୁଖ୍ୟାଳୟ ଗିରି ଗୋବର୍ଦ୍ଧନ ମଇଦାନ ଠାରେ ରବିବାର ବଡପାହାଡ ସାଂସ୍କୃତିକ ସଙ୍ଗଠନ (କୁଡୁମୀ ସମାଜ) ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଂଗଠନିକ ସଭା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଖଗେଶ୍ୱର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସାଂଗଠନିକ ସଭାରେ ମୁଖ୍ୟଅତିଥି ଭାବେ କୁଡୁମୀ ସେନାର କୋଷାଧକ୍ଷ ଲମ୍ବୋଦର ମହାନ୍ତ ଏବଂ ମୂଖ୍ୟବକ୍ତା ଭାବେ ଶଶଧର ମହାନ୍ତ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ମୀନା ମହାନ୍ତ, ପୁରନ୍ଦର ମହାନ୍ତ, ହରମୋହନ ମହାନ୍ତ, ମନୋରଞ୍ଜନ ମହାନ୍ତ, ହୃଷିକେଶ ମହାନ୍ତ, ଘନଶ୍ୟାମ ମହାନ୍ତ ଏବଂ ରସାନନ୍ଦ ମହାନ୍ତ ଉପସ୍ଥିତ ରହିଥିଲେ।

ସଭାରେ କୁଡୁମୀ ସମ୍ପ୍ରଦାୟର ଭାଷା, ସଂସ୍କୃତି ଏବଂ ସମ୍ମାନର ସୁରକ୍ଷାକୁ ନେଇ ଆଲୋଚନା ହୋଇଥିଲା। ସଭା ପରେ ଝାଡଖଣ୍ଡର ରଣଜିତ ମହାନ୍ତଙ୍କ ଝୁମର ଦଳ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ତେଲକୋଇ ବ୍ଲକର ୨୦ଟି ପଞ୍ଚାୟତର ୧୦୦୦ରୁ ଉର୍ଦ୍ଧ୍ବ କୁଡୁମୀ (ମହାନ୍ତ) ସମ୍ପ୍ରଦାୟର ଲୋକ ସାମିଲ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories