ତେଲକୋଇ: ଯାତ୍ରୀବାହୀ ବସ ହେଲା ଦୁର୍ଘଟଣା ଗ୍ରସ୍ତ। ବସ ଚାଳକ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ। ବସଟି ତେଲକୋଇ ଥାନା ଅନ୍ତର୍ଗତ ବିମଳା ଗାଁରୁ ଖଣି ଅଞ୍ଚଳ ବଡବିଲ ଯାତ୍ରୀ ନେଇ ଯାଉଥିଲା। କନ୍ତଲେଇ ଗାଁ ଛକ ନିକଟରେ ଯାତ୍ରୀବାହୀ ବସଟିର ଷ୍ଟିୟରିଙ୍ଗ ଫେଲ ହୋଇଯାଇଥିଲା। ଫଳରେ ବସଟି ରାସ୍ତା କଡରେ ଥିବା ବ୍ରଏଲର ଫାର୍ମ ଘର ଭିତରକୁ ପଶି ଯାଇଥିଲା। ଏଥିରେ ବସର ଚାଳକ ଗୁରୁତର ହୋଇଥିବା ବେଳେ ବସରେ ଯାତ୍ରା କରୁଥିବା ୩୦ ଜଣ ଯାତ୍ରୀ ଅଳ୍ପକେ ବର୍ତିଯାଇଥିଲେ। ବସ ଚାଳକଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Popular Categories



