ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ 

ଜଗତସିଂହପୁର : ବିରିଡ଼ି ରୋଡ଼ ଚାନ୍ଦପୁର ସ୍ଥିତ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଗତକାଲି ଶନିବାର ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ମାତା ଅମ୍ବିକାଙ୍କର ବିବାହ ଅନୁଷ୍ଠିତ ହୋଇଛି। ଦିନବେଳା ପ୍ରଭୁଙ୍କୁ ଗ୍ରାମ ପରିକ୍ରମା କରାଯାଇ ଥିଲା। ଦିନରେ ୩୦୦୦ଲୋକଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇ ଥିବା ବେଳେ ରାତ୍ରରେ ୫୦୦୦ଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରାଯାଇ ଥିଲା।

 

prayash

ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଉତ୍ସବରେ ଦିବ୍ୟାଙ୍ଗମାନଙ୍କ ଦ୍ଵାରା ଭଜନ ସନ୍ଧ୍ୟାର ଆୟୋଜନ ହୋଇଥିଲା। ପାଖାପାଖି ୫୦୦୦ଲୋକଙ୍କ ସମାଗମ ହୋଇଥିଲା। ମନ୍ଦିରର ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ଅଲେଖ କୁମାର ନାୟକ ,ତପନ ମହାପାତ୍ର ଓ ନିରଞ୍ଜନ ନାୟକ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ବିଷ୍ଣୁ ଚରଣ ମହାପାତ୍ର ଓ ଅରୁଣ ନନାଙ୍କ ଦ୍ଵାରା ସମସ୍ତ ନୀତି ଓ ପୂଜା କାର୍ଯ୍ୟ ସମାପନ ହୋଇଥିଲା।

ଉକ୍ତ ଅଷ୍ଟଶମ୍ଭୁ ମନ୍ଦିରଟି ଦ୍ଵାପର ଯୁଗର ବୋଲି କୁହାଯାଏ। ଏଠାକୁ ଯେଉଁ ଭକ୍ତ ଆସନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ଅଛି। ଏଠାରେ ରାତି ୩ଟାରୁ ମନ୍ଦିରର ଦ୍ଵାର ଖୋଲେ। ଆଉ ମଧ୍ୟ ଏକ କଥା ଅଛି , ପ୍ରଭୁଙ୍କର ପାଦୁକା ପାନ କଲେ ସନ୍ତାନ ହେଉନଥିବା ନାରୀର ସନ୍ତାନ ଲାଭ କରିଥାଏ ଏବଂ ବିବାହ ହେଇ ପାରୁନଥିବା ଝିଅର ବିବାହ ଯୋଗ ଫିଟିଥାଏ ।

Comments are closed.