www.samajalive.in
Saturday, December 13, 2025
21.1 C
Bhubaneswar

ପୁଣି ବେଦାନ୍ତର ଗ୍ରାମସଭା କରିବା ନିଷ୍ପତ୍ତିକୁ ବିରୋଧ କରି ସ୍ୱର ଉଠାଇଲେ ଡଙ୍ଗରିଆ କନ୍ଧ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ଲଖାପଦର ଗ୍ରାମରେ  ବେଦାନ୍ତ କମ୍ପାନୀ ପୁନର୍ବାର ଗ୍ରାମସଭା କରିବା ନିଷ୍ପତ୍ତିକୁ ବିରୋଧ କରି  ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ଡଙ୍ଗରିଆ କନ୍ଧ  । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଥିବା ବେଦାନ୍ତ କମ୍ପାନୀ  ନିୟମଗିରି ପାହାଡରୁ ଖଣି ଖନନ କରି  ଚଳାଇବା ପାଇଁ  ଷଡଯନ୍ତ୍ର  କରି ଆସୁଛି ।  ଚଳିତ ମାସ ୮ ତାରିଖରେ ବର୍ତ୍ତମାନ ବେଦାନ୍ତ କମ୍ପାନୀ କିଛି ଲୋକଙ୍କୁ ହାତ ଗୁଞ୍ଜା ଦେଇ ମତାଇ କମ୍ପାନୀ ସପକ୍ଷରେ  ପୁନର୍ବାର ଗ୍ରାମ ସଭାକରି ନିୟମଗିରିରୁ ଖଣି ଖନନ କରିବା ପାଇଁ ଏହା ଶୋଭାଯାତ୍ରା କରିଥିଲେ । ଏହାକୁ ବିରୋଧ କରି ନିୟମଗିରି ପାହାଡରେ ଥିବା ୪ଟି କଲ୍ୟାଣସିଂହପୁର, ବିଷମକଟକ ,ମୁନିଗୁଡା ଓ ଲାଞ୍ଜିଗଡ଼ ବ୍ଲକର ୧୧୨ଖଣ୍ଡ ଗ୍ରାମ ବା ପଦରର ଡଙ୍ଗରିଆ କନ୍ଧମାନେ  ଲାଖପଦର ଠାରେ ଏକତ୍ରିତ ହୋଇ  ସାମ୍ବାଦିକ ସମ୍ମିଳନୀ କହିଥିଲେ ।

କମ୍ପାନୀ ମାନେ ଯେଉଁ ପ୍ରକାର ଷଡଯନ୍ତ୍ର କରୁଛନ୍ତି ତାହାକୁ ଖାରଜ କରାଯାଉ । ୨୦୧୨-୧୩ମସିହାରେ ସୁପ୍ରିମକୋର୍ଟ  ଯେଉଁ ନିର୍ଦ୍ଦେଶ ଦେଇଛି ସେହି ଅନୁଯାୟୀ କାର୍ଯ୍ୟ ଚାଲୁ । ଯଦି ସରକାର ପୁଣି ଗ୍ରାମସଭା କଲେ ଆମ ନିୟମଗିରି ପାହାଡରୁ ଖଣି ଖନନ କରିନେଇଯିବେ । ଆମେ ୧୧୨ ଖଣ୍ଡ ପଦରର ଡଙ୍ଗରିଆ ମାନେ କଣ କରିବୁ ,କେମିତି ବଞ୍ଚିବୁ, ଆମ ପରିବାର ,ପଶୁପକ୍ଷୀ ମାନେ ମରିଯିବେ ,ରକ୍ତ ଦେବୁ ପଛେ ଆମ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା କହିଛନ୍ତି ।ବିକାଶ ନାଁରେ ବିକାଶଲୀଳା ଚାଲିବ ନାହିଁ, ଦ୍ୱିତୀୟ ଗ୍ରାମସଭା ହେବାକୁ ଦେବୁ ନାହିଁ, ବେଦାନ୍ତ କମ୍ପାନୀ ଦ୍ୱିତୀୟ ଗ୍ରାମସଭାକୁ ଖାରଜ କରାଯାଉ ,ଖଣି ନାହିଁ ତ କମ୍ପାନୀ ନାହିଁ ବୋଲି ନାରାବାଜି ଦେଇଥିଲେ ।ଏଥିରେ ନିୟମଗିରିର ଉପ ସଭାପତି ଦଦୀ ପୁସିକା, କୁଡୁଞ୍ଜି କୂଟରୁକା, ଲଖଣ ପୁସିକା,ଡ୍ରିଞ୍ଜୁ କୃଷିକା, ଯୁବ ସଭାପତି ଦାସରୁ କାଡ୍ରାକା, ସମ୍ବା ହୁଈକା, ଡ୍ରିକା କାଡ୍ରାକା,ଦଦୀ ସିକକା, କୃଷ୍ଣ ସିକକା ସମେତ ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories