ଗ୍ରାହକଙ୍କୁ ଝଟକା ଦେଲା ଟାଟା, ୧ ଏପ୍ରିଲରୁ ବଢିବ ଗାଡି ଦାମ୍

ନୂଆଦିଲ୍ଲୀ : କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । ୧ ଏପ୍ରିଲରୁ ନିଜର ସମସ୍ତ ବାଣିଜ୍ୟିକ ଗାଡିର ଦାମ୍ ୨ ପ୍ରତିଶତ ପର୍ଯ୍ୟନ୍ତ ବଢାଇବା ନେଇ ଘୋଷଣା କରିଛି  କମ୍ପାନୀ । କଞ୍ଚାମାଲ ଖର୍ଚ୍ଚ ବଢିବା ପରେ ଗାଡି ଦାମ୍ ବଢାଇବା ପାଇଁ ନିଷ୍ପତ୍ତି ନେଇଛି କମ୍ପାନୀ । ଏହି ଦାମ୍ ବୃଦ୍ଧି ଅଲଗା ଅଲଗା ମଡେଲରେ ଭିନ୍ନ ଭିନ୍ନ ରହିବ ।

ଟାଟା ମୋଟର୍ସ ପୂର୍ବରୁ ମାରୁତି ସୁଜୁକି ମଧ୍ୟ ୧ ଏପ୍ରିଲ ୨୦୨୫ରୁ ଗାଡିର ଦାମ୍ ୪ ପ୍ରତିଶତ ବୃଦ୍ଧି କରିବା ନେଇ ଘୋଷଣା କରିଛି । ଏହି ଦାମ୍ ବୃଦ୍ଧି ଯୋଗୁଁ ଟ୍ରାନ୍ସପୋର୍ଟ ଓ ଲଜିଷ୍ଟିକ୍ସ ସେକ୍ଟରରେ ସିଧା ପ୍ରଭାବ ପଡିବ । ବାଣିଜ୍ୟିକ ବାଣିଜ୍ୟିକ ଗାଡି ମହଙ୍ଗା ହେବା ଫଳରେ ପରିବହନ ଖର୍ଚ୍ଚ ମଧ୍ୟ ବଢିପାରେ ଏବଂ ଏହା ଅନ୍ୟ ଉତ୍ପାଦର ଦାମକୁ ମଧ୍ୟ ପ୍ରଭାବିତ କରିପାରେ । ଗ୍ରାହକ ମାରୁତି ଓ ଟାଟାର ଦାମ୍ ବଢିବା ଦେଖି ନିଷ୍ପତ୍ତି ବଦଳାଇପାରନ୍ତି । ଯଦି ଆପଣ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ମାର୍ଚ୍ଚ ଶେଷ ମଧ୍ୟରେ ବୁକିଂ କରିଦିଅନ୍ତୁ ନଚେତ୍ ଆଗାମୀ ମାସରେ ଅଧିକ ଦାମ୍ ପୈଠ କରିବାକୁ ପଡିବ ।

Comments are closed.