ବାଣୀବିହାର ଓଭର ବ୍ରିଜ୍ରେ ଭୟଙ୍କର ଦୁର୍ଘଟଣା, ସୁରକ୍ଷା ବେଲୁନ୍ ବଞ୍ଚାଇଲା ଚାଳକଙ୍କ ଜୀବନ

ଭୁବନେଶ୍ୱର: ବାଣୀବିହାର ଓଭର ବ୍ରିଜରେ ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଟ୍ରକ୍ ଏବଂ ଅଡି କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଓଭର ଟେକ୍ କରିବାବେଳେ ଟ୍ରକ୍ ପଛରେ ଅଡି କାର ପିଟି ହୋଇଯାଇଥିଲା। ଫଳରେ ଏହି ଦୁର୍ଘଟଣାରେ ଅଡି କାର ସାମ୍ନା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଅଡି କାରର ସୁରକ୍ଷା ବେଲୁନ ବାହାରିବାରୁ ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୌଭାଗ୍ୟବସତଃ ଦୁର୍ଘଟଣା ପରେ ସୁରକ୍ଷା ବେଲୁନ୍ ବାହାରି ପଡ଼ିବାରୁ ଚାଳକଙ୍କୁ ଅଧିକ କ୍ଷତି ହୋଇନଥିଲା ଏବଂ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ଏହି ଦୁର୍ଘଟଣାରେ ଚାଳକ ସାମନ୍ୟ ଆହତ ହୋଇଥିବାବେଳେ ତାଙ୍କୁୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।
ଓଭର ବ୍ରିଜ ଉପରେ ଦୁର୍ଘଟଣା ଘଟିବାରୁ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପଟୁ ଆସୁଥିବା ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ ସହ ଯାତାୟତକୁ ସ୍ୱଭାବିକ କରିଥିଲା। ଦୁର୍ଘଟଣାର କାରଣ ଜାରିବା ପାଇଁ ପୁଲିସର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛିି।
Comments are closed.