ଟେସଲା ପୂର୍ବରୁ ଭାରତରେ ଏଣ୍ଟ୍ରି ମାରିଲା ଏହି କମ୍ପାନୀ, ନିବେଶ କରିବ ୮୫ ହଜାର କୋଟି

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ୍ ଗାଡି ବଜାର ବଢିବାରେ ଲାଗିଛି ଏବଂ ବିଶ୍ବର ବଡ ବଡ କମ୍ପାନୀ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି । ଏଲନ ମସ୍କଙ୍କ ଟେସଲା ଏବେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତି କରୁଥିବାବେଳେ ଚାଇନାର ଏକ କମ୍ପାନୀ ବିଓ୍ବାଇଡି ଭାରତରେ ଏଣ୍ଟ୍ରି ମାରିସାରିଛି । ଏବେ ଏକ ସୂଚନା ଅନୁସାରେ ବିଓ୍ବାଇଡି ତେଲେଙ୍ଗାନା, ହାଇଦ୍ରାବାଦରେ କାରଖାନା ଲଗାଇବା ପାଇଁ ପ୍ରସ୍ତୁତ ହେଉଛି ।

ବିଓ୍ବାଇଡି(ବିଲ୍ଡ ୟୋର ଡ୍ରିମ୍) ହାଇଦ୍ରାବାଦରେ ୮୫ ହଜାର କୋଟି ଟଙ୍କାର ନିବେଶ  ପାଇଁ ଯୋଜନା କରୁଛି । ଏହି ନିର୍ମାଣ କମ୍ପାନୀ ସ୍ଥାପନ ପରେ କମ୍ପାନୀ ଇ-କାରକୁ ଦେଶରେ କମ୍ ଦାମରେ ବିକି ପାରିବ । ଅନ୍ୟପଟେ ତେଲେଙ୍ଗାନାରେ ଜମିର ସନ୍ଧାନ ଚାଲିଛି । କମ୍ପାନୀ ୨୦୩୨ ସୁଦ୍ଧା ୬ ଲକ୍ଷ ଗାଡି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀର ଗାଡି ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସୁଛି । ଏହାର ଲୁକ୍ ଅତି ଦମଦାର ହୋଇଥିବାବେଳେ ସର୍ବନିମ୍ନ ୨୫ ଲକ୍ଷ ଟଙ୍କାର ଏହାର ଦାମ୍ ଆରମ୍ଭ ହେଉଛି ।

 

Comments are closed.