www.samajalive.in
Wednesday, November 19, 2025
18.1 C
Bhubaneswar

ଦକ୍ଷିଣ-ପୂର୍ବ ଏସିଆରେ ଶକ୍ତିଶାଳୀ ଭୂମିକମ୍ପ: ଅନେକ ମୃତ, ମିଆଁମାରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଡେସ୍କ: ମିଆଁମାରରେ ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମ୍ବାଦ ମିଳିବାରେ ଲାଗିଛି। ବ୍ୟାଙ୍କକରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସେଠାକାର ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି। ମିଆଁମାରରେ ଭୂକମ୍ପ ପ୍ରଭାବରେ ଅନେକ କୋଠା ଓ ପୋଲ ଭୁଶୁଡ଼ି ପଡ଼ିଥିବା ରେଡକ୍ରସ୍ ପକ୍ଷରୁ ସୂଚନା ମିଳିଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି, ଭୂକମ୍ପର ତୀବ୍ରତା ୭.୭ ଥିଲା।

ଭୂମିକମ୍ପର ତୀବ୍ରତା ୭.୭ ଏବଂ ଗଭୀରତା ୧୦ କିଲୋମିଟର ଥିଲା। ପାଖାପାଖି ୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ମିଆଁମାରର ମାଣ୍ଡାଲେ ସହରଠାରୁ ଏହାର କେନ୍ଦ୍ର ସ୍ଥଳ ପ୍ରାୟ ୧୭.୨ କିଲୋମିଟର ଦୂରରେ ଥିଲା। ଭୂମିକମ୍ପ ପରେ ଶକ୍ତିଶାଳୀ ଝଟକା ଏବଂ ଆହୁରି ଅନେକ ମଧ୍ୟମ ଧରଣର ଝଟକା ଅନୁଭୂତ ହୋଇଥିଲା।

- Advertisement -

ଭୂମିକମ୍ପ ପରେ ବ୍ୟାଙ୍କକରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ୮୧ ଜଣ ଫସି ରହିଛନ୍ତି ବୋଲି ସେଠାକାର ଉପପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଫୁମ୍ଥାମ୍ ୱେଚାଚାଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ରେଡକ୍ରସ କହିଛି ଯେ ଭୂମିକମ୍ପ ଯୋଗୁଁ ମିଆଁମାରରେ କୋଠା ଏବଂ ସାର୍ବଜନୀନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।


ଅନ୍ତର୍ଜାତୀୟ ରେଡକ୍ରସର କାର୍ଯ୍ୟକ୍ରମ ସଂଯୋଜକ ମେରି ମ୍ୟାନରିକେ ଜେନେଭାରେ ୟାଙ୍ଗୁନରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ବଡ଼ ବଡ଼ ଡ୍ୟାମ୍ ପାଇଁ ଚିନ୍ତା ହେଉଛି। ଭୂମିକମ୍ପର ପ୍ରଭାବ ବହୁତ ଅଧିକ ହେବ ବୋଲି ଆମେ ଅନୁମାନ କରୁଛୁ ବୋଲି ସେ କହିଛନ୍ତି। ଇତିମଧ୍ୟରେ ମିଆଁମାରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା ସୂଚନା ମିଳିଛି।

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories