www.samajalive.in
Monday, December 15, 2025
16.1 C
Bhubaneswar

ଶିଶୁ ବାଟିକାରେ ନାମ ଲେଖାଇବାକୁ ଘରକୁ ଘର ଯାଇ ନିମନ୍ତ୍ରଣ ପତ୍ର ଦେଲେ ଜିଲାପାଳ

ଛତ୍ରପୁର :  ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚଳିତ ବର୍ଷ ନୂତନ ଶିକ୍ଷାନୀତି ଆରମ୍ଭ କରିଛନ୍ତି । ଶିଶୁ ଵାଟିକାରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଛି । ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖେଇବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ଛତ୍ରପୁର ଏନଏସି ଅଧୀନ ପୁତିଗୋପାଳପୁର ସ୍ଥିତ ବଡ଼ସାହିର କୁନି କୁନି ପିଲାଙ୍କ ଘର କୁ ଯାଇ ବିଦ୍ୟାଳୟରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ନିମନ୍ତ୍ରଣ ପତ୍ର  ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ପରିବାର ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆସନ୍ତା ୨ରେ  ବିଦ୍ୟାଳୟରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ସେଠାରେ ନାମ ଲେଖେଇଵାକୁ ଜିଲ୍ଲାପାଳ ପରିବାର ବର୍ଗଙ୍କୁ ଅନୁରୋଧ କରିଥିଲେ । ପିଲାମାନଙ୍କ ପାଇଁ ଯେଉଁସବୁ ମୌଳିକ ବ୍ୟବସ୍ଥା ରହିବା କଥା ତାହାକୁ ପୂରଣ କରିବା ପାଇଁ ବ୍ୟବସ୍ଥା କରୁଛି ଶିକ୍ଷା ବିଭାଗ । ଏହା ସହିତ ଶିକ୍ଷକମାନଙ୍କୁ ଏନେଇ ତାଲିମ ମଧ୍ୟ ଦିଆଯାଇଛି । ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି  ଜିଲ୍ଲାପାଳ ।  ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । ଆସନ୍ତା ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ତିନି ଦିନ ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ଏହି ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ସମଗ୍ର ଶିକ୍ଷା ଅଭିଯାନର ଏସସି /ଏସଟି ସଂଯୋଜକ ଡ଼. ସରୋଜ ମୋହନ ପାଳ, ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ଏବିଇଓ ସଞ୍ଜୁକ୍ତା ରଥ, ସିଆରସିସି ଆଲୋକ କୁମାର ସେଠୀ, ସୁଶାନ୍ତ କୁମାର ସେଠୀ, ପ୍ରଧାନ ଶିକ୍ଷକ ଅରୁଣ କୁମାର ବେହେରା, ପୁତିଗୋପାଳପୁର ସ୍କୁଲ ପରିଚାଳନା କମିଟି ସଭାପତି ଏସ. ତ୍ରିବେଣୀ ରେଡ୍ଡୀ ଓ ଅଙ୍ଗନାବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories