୩୭ ବସ୍ତା ନକଲି ଜର୍ଦ୍ଦା ବୋଝେଇ ଗାଡ଼ି ସିଟ ତଳୁ ମିଳିଲା ୨୨ ଲକ୍ଷ ୨୩ହଜାର ଟଙ୍କା

ଗୁରୁଡିଝାଟିଆ: କଟକ ଜିଲା ଖୁଣ୍ଟୁଣୀ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଜର୍ଦ୍ଦା ବୋଝେଇ ବୋଲେରୋ ଗାଡ଼ିରୁ ୩୭ ବସ୍ତା ନକଲି ଜର୍ଦ୍ଦା ସହ ୨୨ ଲକ୍ଷ ୨୩ ହଜାର ୭୦୦ ସହ ଟଙ୍କା ଜବତ କରିଛି। ଏହି ମାମଲାରେ ସୁଶାନ୍ତ ସାହୁ ଓ ତାର ସହଯୋଗୀ ଶିବ ପ୍ରସାଦ ବେହେରାଙ୍କୁ ଅଟକ ରଖି ପଚରା ଉଚରା  ଚଳାଇଥିବାବେଳେ ଫୁଲିସ ଟାଙ୍ଗୀ ଥାନା ଅଞ୍ଚଳରେ ଚଢାଉ ଜାରି ରଖିଛି।ମୁଖ୍ୟ ଅଟକ ଅଭିଯୁକ୍ତ ସୁଶାନ୍ତ ସହୁବ୍ର ଘର ଟାଙ୍ଗୀ ଥାନାର ଚଢ଼େଇପଦା ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଘର ଯାଜପୁରର ବଡ଼ଚଣା ଥାନା ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି।

ରାଜ୍ୟର ବିଭିନ୍ନ ସ୍ଥାନକୁ ନକଲି ଜର୍ଦ୍ଦା ଚୋରା ଚାଲାଣ କରିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏପରିକି ଅଭିଯୁକ୍ତଙ୍କୁ ନେଇ ଟାଙ୍ଗୀ ଥାନା ଅଞ୍ଚଳରେ ଚଢାଉ ବେଳେ ଟ୍ରକ୍ ଟ୍ରକ୍ ନକଲି ଜର୍ଦ୍ଦା ତିଆରି ସାମଗ୍ରୀ ଓ ଜର୍ଦ୍ଦା ଦେଖିବାକୁ ପାଇଛି।

ପ୍ରକାଶ ଯୋଗ୍ୟ ଗତକାଲି ଖୁଣ୍ଟୁଣୀ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଖବର ପାଇ ଉପନିରୀକ୍ଷକ ପ୍ରିୟଦର୍ଶୀ ସେଠୀ ଓ ସସ୍ମିତା ପରିଡାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଢେଙ୍କାନାଳ ପାର୍ଶ୍ୱରୁ ଆସୁଥିବା ଏକ ବୋଲେରୋ ଗାଡ଼ିକୁ ଥାନା ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କୌଣସି କାଗଜ ପତ୍ର ଜର୍ଦ୍ଦା ସମ୍ପର୍କରେ ପାଇପାରିନଥିଲେ। ଗାଡ଼ିରେ ୩୭ ବସ୍ତା ନକଲି ଜର୍ଦ୍ଦା ରହିଥିଲା। ଏଥି ସହିତ ଗାଡ଼ିର ସିଟ୍ ତଳୁ ୨୨ ଲକ୍ଷ୨୩ ହଜାର ୭୦୦ ଟଙ୍କା ମିଳିଥିଲା।

 

 

Comments are closed.