ସେବାଶ୍ରମ ବିଦ୍ୟାଳୟରେ ‘ଅଭିଭାବକ  ଆମ ଅଂଶୀଦାର’ ସମ୍ମିଳନୀ 

ରେଙ୍ଗାଲିକ୍ୟାମ୍ପ: ସରକାରଙ୍କ ଅନୁସୂଚୀତ ଜାତି ଜନଜାତି ବିଭାଗ ଦ୍ବାରା  ପରିଚାଳିତ ହେଉଥ‌ିବା ଅତାବିରା ଲାଦର ପାଲି ସେବାଶ୍ରମ  ବିଦ୍ୟାଳୟରେ ‘ଅଭିଭାବକ  ଆମ ଅଂଶୀଦାର’ ପ୍ରଧାନ ସେବିକା  ନମିତା ତ୍ରିପାଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ  ହୋଇଯାଇଛି ।
ଏହି ସମ୍ମିଳନୀରେ ଅତାବିରା ବ୍ଲକର ଜନ ସମ୍ପ୍ରସାରଣ ଅଧିକାରୀ  ଶୁଭମ୍ ମହାପାତ୍ର ମୁଖ୍ୟ ଅତିଥି, ଅତାବିରା ନୋଡାଲ ଆରସିସି ନୃପରାଜ ଭୋଇ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୀମା ଭୁଏ, ଉପ ସଭାପତି ଗୋପୀନାଥ ସାହୁ, ୱାର୍ଡ ନଂ ୧୦ର କାଉନସିଲର ସୁରେଖା ବାଗ, ଲାଦର୍ ପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିଂମାଶୁ ଶେଖର ସାହୁ ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇଥିଲେ। ସେବକ  ଗଣେଶ ମିରିଗ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।
ଅଭିଭାବକ, ଅଭିଭାବକ ମାନଙ୍କ ।ଅଧ୍ୟାୟରେ ଶିକ୍ଷାର ଗୁଣାତ୍ମକ ମାନ ର ବିକାଶ ଓ ସରକାରୀ ପ୍ରଦତ୍ତ ସମସ୍ତ ସରକାରୀ ସୁବିଧା ସୁଯୋଗର ସଦୁପଯୋଗ ନିମନ୍ତେ  ସଚେତନ  କରାଯାଇଥିଲା। ସହକାରୀ ସେଵିକା ପିନୋଲିଓନା ଦାଶ ଓ ଭୂମିଶୁତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେବକ ମିରିଗ ଧନ୍ୟବାଦ ଅର୍ପଣ କରିଥିଲେ।
‘ଅଭିଭାବକ  ଆମ ଅଂଶୀଦାର’ କାର୍ଯ୍ୟକ୍ରମରେ ୫୯୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ, ଅଭିଭାବକ, ଅବିଭାବିକା ଅଂଶୀଦାର ହୋଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ ରହିଥିଲା।

Comments are closed.