ମାର୍କ ଜୁକରବର୍ଗଙ୍କ ଭୂମିକାରେ ନଜର ଆସିଥିବା ଅଭିନେତାଙ୍କ ଟି-ସର୍ଟ କିଣିଲେ ମେଟା ମାଲିକ

ନୂଆଦିଲ୍ଲୀ : ମେଟାର ସିଇଓ ମାର୍କ ଜୁକରବର୍ଗ ନିକଟରେ ଖୁଲାସା କରିଛନ୍ତି କି ସେ ଏକ ଖାସ୍ ଟି-ସର୍ଟ କିଣିଛନ୍ତି ଯାହାକୁ ଅଭିନେତା ଜେସି ଆଇଜନବର୍ଗ ‘ଦ ସୋସିଆଲ ନେଟଓ୍ବର୍କ’ ଫିଲ୍ମରେ ପିନ୍ଧିଥିଲେ । ଏହା ୨୦୧୦ର ଏକ ବାୟୋଗ୍ରାଫିକଲ ଡ୍ରାମା ଫିଲ୍ ଯାହା ଫେସବୁକ ଓ ଏହାର ସଂଘର୍ଷର କାହାଣୀ ଦର୍ଶାଉଛି । ଫିଲ୍ମରେ ନୀଳ ରଙ୍ଗର ଟି- ସର୍ଟ ନଜର ଆସୁଛି ଯାହା ଜେସି ଆଇଜନବର୍ଗ ପିନ୍ଧି ଜୁକରବର୍ଗଙ୍କ ଭୂମିକାରେ ନଜର ଆସୁଛନ୍ତି ।
ୟୁଟ୍ୟୁବର ଦ କୋଲିନ୍ ଏବଂ ସମିଲ ଶୋ ପଡକାଷ୍ଟରେ ମାର୍କ ଜୁକରବର୍ଗ ମଜାଳିଆ ଢଙ୍ଗରେ କହିଛନ୍ତି କି ‘ହଁ, ସେ ସାର୍ଟ ମୋ ପାଖରେ ଅଛି ।’ ବାସ୍ତବରେ ସେ ଟି-ସର୍ଟର ନିଲାମୀ ହେଉଥିବା ସମୟରେ ମାର୍କ ଜୁକରବର୍ଗ ତାହା କିଣିଦେଇଥିଲେ । ଏଥିପାଇଁ ଭାରତୀୟ ମୁଦ୍ରା ଅନୁସାରେ ସେ ସାଢେ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ତାଙ୍କ ନିଜ ବାୟୋଗ୍ରାଫି ଫିଲ୍ମ ଉପରେ ପଚାରିବାରୁ ଜୁକରବର୍ଗ ଏହାର ପ୍ରଶଂସା କରିଥିଲେ । ଏଥିରେ ତାଙ୍କ ଲୁକ୍ ପ୍ରତି ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି ଯଥା ସେ କିଭଳି ପୋଷାକ ପିନ୍ଧନ୍ତି, କିଭଳି ବସନ୍ତି, କଥା ହୁଅନ୍ତି ଇତ୍ୟାଦି । କିନ୍ତୁ ତାଙ୍କ ଚିନ୍ତାଧାରାକୁ ସିନେମାରେ ସମ୍ପୂର୍ଣ୍ଣ ଠିକ୍ ଭାବେ ଦର୍ଶାଯାଇପାରିନଥିବା ସେ କହିଛନ୍ତି । କହିରଖୁଛୁ ଦ ସୋସିଆଲ ନେଟଓ୍ବର୍କ ଫିଲ୍ମରେ ଫେସବୁକ୍ ଓ ମାର୍କ ଜୁକରବର୍ଗଙ୍କ କାହାଣୀ ନଜର ଆସେ ଏବଂ ଫିଲ୍ମଟି ସମସ୍ତଙ୍କୁ ବେଶ୍ ପସନ୍ଦ ଆସିବା ସହ ବକ୍ସ ଅଫିସରେ ଭଲ ଆୟ କରିଥିଲା ।
Comments are closed.