ବାଘଲଟି ଗାଁରେ ଗୋଷ୍ଠୀ ସଂଘର୍ଷ, ୨ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ବାଘଲଟି ଗାଁରେ ଶୁକ୍ରବାର ଭୋର ସମୟରେ ଏକ ଫାର୍ମ ହାଉସ ପରିସରରେ ଶୋଇଥିବା ଗୋଟିଏ ଗୋଷ୍ଠୀର ୪ ଜଣ ଯୁବକକୁ ରକ୍ତାକ୍ତ ଆକ୍ରମଣ ଘଟଣାରେ ପୁଲିସ ୨ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରତାପ ଚନ୍ଦ୍ର ଗୈାଡ ଓ କାହ୍ନୁ ଗୈାଡ ବୋଲି ପୁଲିସ ସୁଚନା ଦେଇଛି।  ଘଟଣାରେ ସାମିଲ ରହିଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶିଘ୍ର ଗିରଫ କରାଯିବ ବୋଲିି ପୁଲିସ କହିଛି।
ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ଗୋଳନ୍ଥରା ପୁଲିସ ପକ୍ଷରୁ ୨ ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଗାଁରେ ପୁଲିସ ପକ୍ଷରୁ ପଇଁତରା ମାରିବା ଜାରି ରହିଥିବାବେଳେ ଘଟଣା ଘଟିଥିବା କୁକୁଡ଼ା ଫାର୍ମ ସ୍ଥଳରୁ ଭଙ୍ଗାରୁଜା ହୋଇଥିବା ସିସିଟିଭି କ୍ୟାମେରା, ଗୋଟିଏ ମୋଟରସାଇକେଲ ଓ ଭଙ୍ଗା ଯାଇଥିବା ଓ୍ବାସିଙ୍ଗ ମେସିନ ସହ ଚେୟାର ଜବତ କରିଛି। ଆକ୍ରମଣ ଘଟଣାରେ ଟୁନି ଗୈାଡ ଓ ସାରଥି ପ୍ରସାଦ ଗୈାଡଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଛି।
ଆହାତମାନଙ୍କର ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିବାବେଳେ  ପକ୍ଷରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛିି ବୋଲି ଗୋଳନ୍ଥରା ପୁଲିସ ସୂଚନା ଦେଇଛି।

Comments are closed.