ଭୁବନେଶ୍ୱର ସୌଭାଗ୍ୟନଗରରେ ଖୋଲିଲା ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ତୃତୀୟ ସୋ’ରୁମ୍

ଡେସ୍କ: ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ତୃତୀୟ ସୋ’ରୁମ୍ ଭୁବନେଶ୍ୱର ସୌଭାଗ୍ୟନଗର ଠାରେ ଉଦଘାଟିତ ହୋଇଛି। ଏହି ଅତ୍ୟାଧୁନିକ ସୋ’ରୁମ୍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଅବସର ନିମନ୍ତେ ବହୁବିଧ ବର୍ଗର ଡିଜାଇନ ଓ ଷ୍ଟାଇଲ ପ୍ରଦର୍ଶିତ ହେଉଛି। ଏହି ଉଲ୍ଲେଖନୀୟ ସଫଳତା ଭାରତରେ ତାହାର ଉପସ୍ଥିତିକୁ ପରିବ୍ୟାପ୍ତ କରିବା ଏବଂ ଗ୍ରାହକମାନଙ୍କୁ ଉନ୍ନତତ୍ତର କାରିଗରୀ ଏବଂ ଅତୁଳନୀୟ ସେବା ଯୋଗାଇଦେବା ନିମନ୍ତେ ବ୍ରାଣ୍ଡ୍ର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହୋଇଛି।
ପରିଚାଳନା ଦଳର ସଦସ୍ୟ, ଗ୍ରାହକ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପ୍ରସିଦ୍ଧ ଓଡ଼ିଆ ଓଲିଉଡ୍ ଅଭିନେତା ତଥା ମାଲାବାର ଜୁଏଲର୍ସର ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚୀ ମିଶ୍ର ଏବଂ ବିଏମ୍ସି ମେୟର ସୁଲୋଚନା ଦାସଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା।
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ଭାରତ, ମଧ୍ୟପ୍ରାଚ୍ୟ, ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ୧୩ଟି ରାଷ୍ଟ୍ରରେ ୩୮୦ରୁ ଅଧିକ ସୋ’ରୁମ୍ ସହିତ ବୈଶ୍ୱିକ ଉପସ୍ଥିତି ରହିଛି। ଏହାର ବିପୁଳ କଲେକ୍ସନ, ଅତୁଳନୀୟ ଗୁଣବତ୍ତା ଏବଂ ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ପାଇଁ ସୁଖ୍ୟାତି ଅର୍ଜନ କରିଥିବା ଏହି ବ୍ରାଣ୍ଡ୍ ଚଳିତ ମାର୍ଚ୍ଚରେ ଭାରତର ବିଭିନ୍ନ ସ୍ଥାନରେ ୧୨ଟି ନୂଆ ସୋ’ରୁମ୍ ଉଦଘାଟନ ସହିତ ନିଜର ଉପସ୍ଥିତିକୁ ସମ୍ପ୍ରସାରିତ କରୁଛି। ଏହି ନୂଆ ସୋ’ରୁମ୍ ଭାରତୀୟ ଜୁଏଲାରୀ ବଜାରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ନେତୃତ୍ୱକୁ ପୁନଃ ସୁଦୃଢ କରୁଛି।
ନୂଆ ସୋ’ରୁମ୍ ସୁନା, ହୀରା, ପ୍ଲାଟିନମ୍ ଏବଂ ଜେମ୍ଷ୍ଟୋନ ପିସ୍ ସମେତ ବ୍ୟାପକ ବର୍ଗର ଗହଣା ଉପଲବ୍ଧ କରାଉଛି, ଯେଉଁଗୁଡିକ ପ୍ରତ୍ୟେକ ପସନ୍ଦ ଓ ଅବସରକୁ ଖାପ ଖୁଆଇବା ଭଳି ଡିଜାଇନ କରାଯାଇଛି। ଏହି ନୂଆ ସୋ’ରୁମ୍ ସମ୍ପର୍କରେ ଏକ ବିବୃତିରେ ଏମ୍ପି ଅହମ୍ମଦ, ଚେୟାରମ୍ୟାନ, ମାଲାବାର ଗ୍ରୁପ୍ କହିଥିଲେ, “ସମଗ୍ର ଭାରତରେ ଜନସାଧାରଣଙ୍କୁ ବିଶ୍ୱଶ୍ରେଣୀର ଗହଣା ଯୋଗାଇଦେବାକୁ ଆମର ଯାତ୍ରା ଜାରି ରଖି ସୌଭାଗ୍ୟନଗର ଠାରେ ୩ୟ ନବୀନତମ ସୋ’ରୁମ୍ ଉଦ୍ଘାଟନ କରି ଆମେ ରୋମାଞ୍ଚିତ ଅନୁଭବ କରୁଛୁ। ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ରେ ଆମର କାରିଗରୀ ଏବଂ ନୈତିକତାପୂର୍ଣ୍ଣ କାର୍ଯ୍ୟାଭ୍ୟାସକୁ ନେଇ ଗର୍ବ ଅନୁଭବ କରୁଛୁ ଏବଂ ଭୁବନେଶ୍ୱର ଅଧିବାସୀଙ୍କୁ ଏକ ଅବିସ୍ମରଣୀୟ କିଣାକିଣି ଅନୁଭୂତି ଯୋଗାଇଦେବାକୁ ଆମେ ଅଗ୍ରହ ରଖୁଛୁ।”
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ତାହାର ‘ମାଲାବାର ପ୍ରମିସେସ୍’ ଜରିଆରେ ଗ୍ରାହକ ସନ୍ତୁଷ୍ଟି ପ୍ରତି ପ୍ରତିବଦ୍ଧତା ନିମନ୍ତେ ବେଶ୍ ସୁଖ୍ୟାତି ଅର୍ଜନ କରିଛି, ଯେଉଁଥିରେ ବିସ୍ତୃତ ମୂଲ୍ୟଗତ ବିଭାଜନ ସହିତ ସ୍ୱଚ୍ଛ ମୂଲ୍ୟ ନିର୍ଦ୍ଧାରଣ, ସମସ୍ତ ବୈଶ୍ୱିକ ସୋ’ରୁମ୍ରେ ଆଜୀବନ ମାଗଣା ରକ୍ଷଣାବେକ୍ଷଣ ସେବା ଏବଂ ପୁରୁଣା ସୁନା ଓ ହୀରା ନିମନ୍ତେ ୧୦୦ ପ୍ରତିଶତ ବିନିମୟ ମୂଲ୍ୟ ଆଦି ଅନ୍ତର୍ଭୁକ୍ତ ରହିଛି। କମ୍ପାନୀ ସୁନିଶ୍ଚିତ କରୁଛି ଯେ ସମସ୍ତ ଗହଣା ୧୦୦% ଏଚୟୁଆଇଡି- ଅନୁପାଳନକାରୀ, ଯାହା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଅସଲିପଣ ପ୍ରଦାନ କରୁଛି। ପ୍ରମାଣିକୃତ ହିରାଗୁଡିକ ୨୮-ପଏଣ୍ଟ ଯାଞ୍ଚ ମଧ୍ୟଦେଇ ଯାଉଛି ଏବଂ କିଣାଯାଉଥିବା ପ୍ରତ୍ୟେକ ଗହଣା ଏକବର୍ଷ ମାଗଣା ବୀମା ସହିତ ଆସୁଛି, ଏବଂ ସେଥିରେ ବର୍ଦ୍ଧିତ କଭରେଜ ଓ ୱାରାଣ୍ଟିର ଐଚ୍ଛିକ ବିକଳ୍ପ ରହିଛି। ବ୍ରାଣ୍ଡ୍ ମଧ୍ୟ ଗ୍ୟାରେଣ୍ଟି ଦେଉଛି ଯେ ତାହାର ସୁନା ଦାୟିତ୍ୱସମ୍ପନ୍ନ ଭାବରେ ସ୍ୱୀକୃତିପ୍ରାପ୍ତ ଚାନେଲଗୁଡିକରୁ ସଂଗ୍ରହ କରାଯାଉଛି, ଏବଂ ଏହା ନିଜର ସମୁଦାୟ ଯୋଗାଣ ଶୃଙ୍ଖଳରେ ନୈତିକ କାର୍ଯ୍ୟଭ୍ୟାସକୁ ସୁନିଶ୍ଚିତ କରୁଛି।
Comments are closed.