ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ ନମ୍ବର +୬୬ ୬୧୮୮୧୯୨୧୮

ଡେସ୍କ: ବ୍ୟାଙ୍କକସ୍ଥିତ ଭାରତୀୟ ଦୂତାବାସ ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି। ବ୍ୟାଙ୍କକ ଏବଂ ଥାଇଲାଣ୍ଡର କେତେକ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ଭାରତୀୟ ଦୂତାବାସ’ ଥାଇ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ନାଗରିକଙ୍କ ସହ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ଥାଇଲାଣ୍ଡରେ ଥିବା ଭାରତୀୟ ନାଗରିକଙ୍କୁ ଜରୁରୀକାଳୀନ ନମ୍ବର +୬୬ ୬୧୮୮୧୯୨୧୮ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।


ଥାଇଲାଣ୍ଡରେ ୭.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଥାଇଲାଣ୍ଡରେ ରହୁଥିବା କିମ୍ବା ଭ୍ରମଣ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଅନୁଯାୟୀ, ଏହି ଭୂମିକମ୍ପ ଦ୍ୱାରା ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ପ୍ରଭାବିତ ହୋଇନଥିବା ଜଣାପଡିଛି।

Comments are closed.