ଆଇପିଏଲ କ୍ରିକେଟ – ଚେନ୍ନାଇ ସୁପର କିଙ୍ଗସକୁ ୧୯୭ ରନର ଟାର୍ଗେଟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଡେସ୍କ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ୨୦୨୫ର ଆଜି ଅଷ୍ଟମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଚାଲିଛି। ଟସ ଜିତି ଚେନ୍ନାଇ ସୁପର କିଙ୍ଗସ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସକୁ ୧୯୭ ରନର ବିଜୟ ଲକ୍ଷ୍ୟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

ନିର୍ଦ୍ଧାରିତ ୨୦ ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭ଟି ୱିକେଟ ହରାଇ ୧୯୬ ରନ ସ୍କୋର କରିଛି। ଫିଲ ସଲ୍ଟ ୩୨ ରନ ସ୍କୋର କରିଥିବା ବେଳେ ବିରାଟ କୋହଲି ୩୧, ଦେବଦତ୍ତ ପଡ଼ି଼କ୍କଲ ୨୭, ରଜତ ପଟିଦାର ୫୧, ଲିଅମ ଲିଭିଂଷ୍ଟୋନ ୧୦, ଜୀତେଶ ଶର୍ମା ୧୨ ଓ ଟିମ ଡାଭିଡ ୨୨ ରନ ସ୍କୋର କରିଛନ୍ତି। ସେହିପରି ନୁର ଅହମଦ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ମଥିଶା ପଥିରାନା ୨ଟି ଓ ଖଲିଲ ଅହମଦ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Comments are closed.