www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..

ଲଖନଉ : ଏପ୍ରିଲ ୧୭ରେ ଦେଶ ସାରା ରାମ ନବମୀ ପର୍ବ ହର୍ସ ଉଲ୍ଲାସ ସହ ପାଳନ କରାଯାଉଛି। ବାଲ୍ମିକୀ ରାମାୟଣ ଅନୁଯାୟୀ, ତ୍ରେତୟା ଯୁଗରେ ଚୈତ ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଭଗବାନ ବିଷ୍ଣୁଙ୍କର ମାନବ ରୂପ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ଏହି ବର୍ଷ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରରେ ମଧ୍ୟାହ୍ନ ୧୨ଟାରେ ଭଗବାନ ରାମଙ୍କର ବାଳକ ସ୍ୱରୂପ ରାମଲାଲାଙ୍କର ସୂର୍ଯ୍ୟ ତିଳକ ହେବ। ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ରାମ ସୂର୍ଯ୍ୟବଂଶୀ। ପ୍ରତିଦିନ ସେ ପ୍ରଭୁ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତି।

ଖୁବ୍ ଖାସ୍ ରାମଲାଲାଙ୍କ ରାମନବମୀ ; ଏହି ସ୍ୱତନ୍ତ୍ର ପୋଷାକ ପରିଧାନ କରିବେ ରାମଲାଲା..ଜାଣନ୍ତୁ ସବୁକିଛି

- Advertisement -

ଚଳିତ ବର୍ଷ ରାମ ନବମୀ ସାରା ଦେଶରେ ଖୁବ୍ ଖାସ୍। ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପରେ ରାମ ନବମୀ ଅବସରରେ ନିର୍ଦ୍ଦିଷ୍ଟ ସମୟରେ ଭଗବାନ ରାମଙ୍କର ସୂର୍ଯ୍ୟତିଳକ କରାଯିବ। ଦିନ ୧୨ଟାରେ ଭଗବାନ ରାମଲାଲାଙ୍କର ମସ୍ତକରେ ସୂର୍ଯ୍ୟତିଳକ ହେବ। ଏଥିପାଇଁ ଶୁଭ ମୁହୂର୍ତ୍ତ ୧୧ଟା ୦୫ ମିନିଟ୍ ରୁ ଦିନ ୧ଟା ୩୫ ମିନିଟ୍ ମଧ୍ୟରେ ପୂଜାର୍ଚ୍ଚନା ପାଇଁ ରହିଛି।

ସୂର୍ଯ୍ୟତିଳକ ; ରାମଲାଲାଙ୍କ ମୂର୍ତ୍ତିରେ ପଡିବ କି ପ୍ରଭାବ, ଘରେ ବି ଦେଖି ପାରିବେ ଭକ୍ତ..

ଏହି ଦିନ ପଞ୍ଜିକା ଗଣନା ଅନୁସାରେ ସୂର୍ଯ୍ୟତିଳକ ସମୟରେ ୯ ପ୍ରକାର ଶୁଭ ଯୋଗ ଓ ଅନେକ ଗ୍ରହଙ୍କ ଏପରି ସଂଯୋଗ ହେଉଛି ଯେପରି ତ୍ରେତୟା ଯୁଗରେ ଭଗବାନ ରାମଙ୍କର ଜନ୍ମ ସମୟରେ ହୋଇଥିଲା।
ଏହାସହ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ ମଧ୍ୟ ହେବ। ବାଲ୍ମିକୀ ରାମାୟଣ ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ରାମଙ୍କର ଜନ୍ମ ସମୟରେ ସୂର୍ଯ୍ୟ ଓ ଶୁକ୍ର ନିଜ ନିଜର ଉଚ୍ଚ ରାଶିରେ ଓ ଚନ୍ଦ୍ରମା ମଧ୍ୟ ନିଜ ସ୍ୱୟଂ ରାଶିରେ ଥିଲେ। ଚଳିତ ବର୍ଷ ରାମ ନବମୀରେ ମଧ୍ୟ ଏଭଳି ସଂଯୋଗ ହେଉଛି। ଏହା ବ୍ୟତୀତ ଶନି ମଧ୍ୟ ନିଜ ସ୍ୱରାଶିରେ ରହିବେ। ସୂର୍ଯ୍ୟ ନିଜ ଉଚ୍ଚ ରାଶି ଅର୍ଥାତ ମେଷ ରାଶିରେ ଅଛନ୍ତି। ଏଭଳି ଗ୍ରହଙ୍କ ଶୁଭ ସଂଯୋଗ କାରଣରୁ ରାମ ନବମୀରେ ବ୍ରତ, ପୂଜା-ପାଠ ଓ ମନ୍ତ୍ରର ଜପ କରିବା ଶୁଭଙ୍କର।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

 

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories