www.samajalive.in
Saturday, December 6, 2025
26.1 C
Bhubaneswar

ବୁଥ କମିଟି ବୈଠକ ଅନୁଷ୍ଠିତ

ଚୌଦ୍ୱାର: ନଗର ବିଜୁ ଜନତା ଦଳ ତରଫରୁ ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡରେ ବୁଥ୍‌‌ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ କାଉନସିଲର ଆଶୁତୋଷ ଦାସଙ୍କ ପୌରୋହିତ୍ୟରେ ଅୟୋଜିତ ଏହି ବୈଠକରେ ପୂର୍ବତନ ବିଧାୟକ ଡ. ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଘରକୁଘର ଯାଇ ଲୋକମାନଙ୍କୁ ଅବଗତ କରାଇବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେବା ସହିତ ତୃଣମୂଳ ସ୍ତରରେ ଦଳକୁ ଆହୁରୀ ମଜବୁତ୍‌‌ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। କଟକ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ସୌଭିକ୍‌‌ ବିଶ୍ୱାଳଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ସେ ନିବେଦନ କରିଥିଲେ। ବିଜେଡିର ପୌର ର୍ ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ତଥା ବିଜେଡି କଟକ ଜିଲ୍ଲା ଉପସଭାପତି ଶୁଭେନ୍ଦୁ ସାମଲ, ନଗର ମହିଳା ସଭାନେତ୍ରୀ କବିତାରାଣୀ ଲେଙ୍କା, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ନଗର ସଭାପତି ବିଷ୍ନୁ ଚରଣ ପରିଡ଼ା, ଶାରଦା ରଞ୍ଜନ ପରିଜା, ଭରତ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।।ୱାର୍ଡ ପର୍ଯ୍ୟବେକ୍ଷକ ବିଭୁତି ଭୁଷଣ ବେହେରା ନିର୍ବାଚନ ସମୟରେ ବୁଥ ପରିଚାଳନା ବିଷୟରେ କମିଟି ସଦସ୍ୟ ମାନଙ୍କୁ ବୁଝାଇଥିଲେ। ୱାର୍ଡ ସଭାପତି ଭାସ୍କର ଚନ୍ଦ୍ର ପ୍ରଧାନ, ରଘୁନାଥ ସ୍ୱାଇଁ, କେଶବ ଚନ୍ଦ୍ର ସାହୁ, ପୁର୍ବତନ କାଉନସିଲର ଗିରିଧାରୀ ଦଳେଇ,ସୁବାସ ଚନ୍ଦ୍ର ବାରିକ୍‌‌, ସ୍ନିଗ୍ଧା ଶର୍ମା, ସୁଜାତା ରଥ, ମାମିନା ରାଉତରାୟ, ଟୁନି ବିଶ୍ୱାଳ, ଜାଗନ୍ନାଥ ସାହୁ, ଯଦୁନାଥ ଦଳାଇଙ୍କ ସମେତ ଶତାଧିକ ବିଜେଡି କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories