www.samajalive.in
Saturday, December 6, 2025
17.1 C
Bhubaneswar

‘ଓ୍ବାର-୨’ ଶୁଟିଂ ସେଟ୍‌ରୁ ଲିକ୍ ହେଲା ଫଟୋ, ପ୍ରଶଂସକ କହିଲେ ଶହେ ଏନଟିଆରଙ୍କୁ ଖାଇଯିବେ ହ୍ରିତିକ୍‌

ମୁମ୍ବଇ: ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ‘ଓ୍ବାର’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏବେ ପାଳି ‘ଓ୍ବାର-୨’ର, ଯାହାକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି। ଏହାର କାରଣ ହେଉଛି ଏଥିରେ ହ୍ରିତିକ୍‌ଙ୍କ ସହ ଜୁନିୟର ଏନଟିଆର୍‌ ନଜର ଆସିବେ। ପ୍ରଥମ ଥର ପାଇଁ ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ତେବେ ନିକଟରେ ଶୁଟିଂ ସେଟ୍‌ରୁ ହ୍ରିତିକ୍‌ ଓ ଜୁନିୟର ଏନଟିଆରଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଏହାକୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଦୁଇଗୁଣିତ ହୋଇଥିବାବେଳେ ସେମାନେ ହ୍ରିତିକ୍‌ ଓ ଜୁନିୟର ଏନଟିଆରଙ୍କୁ ତୁଳନା କରିଛନ୍ତି।


ପୂର୍ବରୁ ଚଳଚ୍ଚିତ୍ରରୁ ଜୁନିଅର ଏନଟିଆରଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଆଉ ଏବେ ଫିଲ୍ମ ସହ ଜଡିତ ଆଉ କିଛି ଫଟୋ ସାମ୍ନାକୁ ଆସିଛି। ଅୟାନ ମୁଖାର୍ଜୀଙ୍କ ଏହି ଆକ୍ସନ-ଥ୍ରୀଲର ଫିଲ୍ମର ନୂଆ ଫଟୋରେ ହ୍ରିତିକ୍‌ ରୋଶନ ମଧ୍ୟ ଅଛନ୍ତି। ଏଥିରେ ସେ ଧଳା ଟି-ସାର୍ଟ ଓ କଳା ଓ୍ବେଷ୍ଟ କୋଟ୍‌ ପିନ୍ଧିଛନ୍ତି। ଅପରପକ୍ଷେ ଜୁନିୟର ଏନଟିଆର ଧୁସର ରଙ୍ଗର ଟି-ସାର୍ଟ ଓ ମ୍ୟାଚିଙ୍ଗ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ତେବେ ଉଭୟ ଫଟୋ ଅଲଗା ଅଲଗା କ୍ଲିକ୍‌ କରାଯାଇଛି। ଆଉ ଏକ ଫଟୋରେ ହ୍ରିତିକ୍‌ଙ୍କ ମଥାରେ ରକ୍ତ ଦେଖାଯାଉଛି। ଯାହାକୁ ଦେଖିବ ଅନୁମାନ କରାଯାଉଛି ଏହା କୌଣସି ଆକ୍ସନ ଦୃଶ୍ୟ ସମୟର ଫଟୋ। ଯଦିଓ ଫିଲ୍ମର କେବଳ ଅଳ୍ପ କିଛି ଫଟୋ ଦୃଶ୍ୟମାନ ହେଉଛି, କିନ୍ତୁ ଏହା ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ସୃଷ୍ଟି କରିଛି। ଏହି ଫଟୋ ଶେୟାର କରିବାବେଳେ ଅକ୍ଷୟ ରୋଶନ ନାମକ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ହ୍ରିତିକ ରୋଶନଙ୍କ ରୟାଲଟି ଏବଂ ନିର୍ମିତ ଆକର୍ଷଣୀୟ ବଡି ଦେଖ, ଇଏ ହିଁ ‘ଓ୍ବାର-୨’ ର ମୁଖ୍ୟ ନାୟକ। ହ୍ରିତିକ୍‌ ରୋଶନ ଏପରି ଶହେ ଏନଟିଆରଙ୍କୁ ଖାଇଯିବେ। ତେବେ ବର୍ତ୍ତମାନସୁଦ୍ଧା ଜୁନିୟର ଏନଟିଆରଙ୍କ ପ୍ରଶଂସକ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories