www.samajalive.in
Saturday, December 6, 2025
16.1 C
Bhubaneswar

ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ କାମୁଡିଲା ସାପ…

ଯଦି ଆପଣ ଦୂର ସ୍ଥାନକୁ ଟ୍ରେନରେ ଯିବାକୁ ଭାବୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଟ୍ରେନରେ ଥିବା ସିଟ୍‌‌ରେ ବସିବା ପୂର୍ବରୁ ଟିକେ ସତର୍କ ହେବା ଜରୁରୀ। କାରଣ କେରଳରେ ଏକ ଚଳନ୍ତା ଟ୍ରେନରେ  ଜଣେ ଯାତ୍ରୀଙ୍କୁ ସାପ କାମୁଡିବା ଘଟଣା ସାମ୍ନାକୁ ଆସିଛି। ତୁରନ୍ତ ଟ୍ରେନକୁ ଅଟକାଯାଇ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା କେରଳର କୋଟାୟାମରେ ଘଟିଛି। ଗୁରୁବାୟୁର ପ୍ୟାସେଞ୍ଜର ଟ୍ରେନ(୧୬୩୨୭/୧୬୩୨୮)ଟି ମଦୁରାଇ ଏବଂ ଗୁରୁବାୟୁର ମଧ୍ୟରେ ଚଳାଚଳ କରିଥାଏ। ଦକ୍ଷିଣ ରେଳର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ମଦୁରାଇରୁ ଗୁରୁବାୟୁର ପର୍ଯ୍ୟନ୍ତ ପ୍ୟାସେଞ୍ଜର ଟ୍ରେନଟି ଚଳାଚଳ କରିବା ବେଳେ ଇଟ୍ଟୁମାନୁର ରେଳଷ୍ଟେସନ ନିକଟରେ ସଂରକ୍ଷିତ କୋଚରେ ବସିଥିବା ଜଣେ ବ୍ୟକ୍ତି ହଠାତ୍‌‌ ତାଙ୍କ ଦେହରେ କିଛି ପିନ୍‌‌ ଫୋଡି ହେବା ଭଳି ଅନୁଭବ କରିଥିଲେ। ସିଟରୁ ଠିଆ ହୋଇ ଦେଖିଥିଲେ ହେଲେ କିଛି ପାଇନଥିଲେ। ପରେ ଶରୀରରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାପରେ ତାଙ୍କୁ ସାପ କାମୁଡିଥିବା ପାଖରେ ବସିଥିବା ଜଣେ ଯାତ୍ରୀ କହିଥିଲେ। ପରେ କୋଚରେ ଉତ୍ତେଜନା ଦେଖା ଦେଇଥିଲା। ଇଟ୍ଟୁମାନୁର ଷ୍ଟେସନରେ ଟ୍ରେନିଟି ଅଟକାଇ ତୁରନ୍ତ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ବିଷୟରେ ଟିଟି ଓ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଯାଇ ପୁରା କୋଚରେ ତନତନ ଯାଞ୍ଚ ହୋଇଥିଲା। ହେଲେ କୌଣସି ପ୍ରକାରେ ସାପ ମିଳିନଥିଲା।

ଦୁବାଇ ବିମାନବନ୍ଦର ଜଳମଗ୍ନ, ସପିଂ ମଲରେ ଆଣ୍ଠୁଏ ପାଣି: ଦେଖନ୍ତୁ ଭିଡ଼ିଓ


ସୂଚନା ଅନୁସାରେ ମେଡିକାଲରେ ଚିକିତ୍ସା ପରେ ଯାତ୍ରୀ ଜଣଙ୍କ ସୁସ୍ଥ ହୋଇଥିଲେ। ପରେ ଡିସଚାର୍ଜ ହୋଇ ଘରକୁ ଯାଇଥିବା ଜଣାପଡିଛି। ରେଳବାଇ କହିଛି ଯେ ଯାତ୍ରୀଙ୍କୁ ସାପ କାମୁଡିବାର ସାଧାରଣ ଲକ୍ଷଣ ମଧ୍ୟ ଦେଖାଯାଇନଥିଲା। କିଛି କୀଟପତଙ୍ଗ କିମ୍ବା ମୂଷା କାମୁଡି ଥାଇପାରେ।

ଏମିତି ହେବ ଶ୍ରୀରାମଙ୍କ ସୂର୍ଯ୍ୟତିଲକ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

- Advertisement -

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories