www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠାରୁ ୧୬ ଦିନ ବ୍ୟାପି ବୌଦ୍ଧ ପ୍ରସିଦ୍ଧ ଗଣପର୍ବ ରାମଲୀଳା ଯାତ୍ରା

ବୌଦ୍ଧ: ଏଥର ସାଧାରଣ ନିର୍ବାଚନ କଟକଣା ମଧ୍ୟରେ ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଯାତ୍ରା ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଛି। ଏହି ଶ୍ରୀରାମଲୀଳା ଯାତ୍ରା ମହୋତ୍ସବ ସମୟରେ ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା, ମହାନଦୀରୁ ୧୦୮ କଳସ ଶୋଭାଯାତ୍ରା, ଅନୁଷ୍ଠାନର ସଦସ୍ୟମାନଙ୍କ ବ୍ରତଧାରଣ, ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ଶ୍ରୀରାମଲୀଳା ପୁରାଣ ପ୍ରକାରେ ନାଟକ ସବୁ ମଂଚସ୍ଥ ହେବ। ଅନ୍ତିମ ଦିନରେ ରାମ ରାବଣ ସମର ଶୋଭାଯାତ୍ରା ଅବସରରେ ବାଣିଜ୍ୟ ମେଳା ଓ ମୀନାବଜାର, ବିଭିନ୍ନ ପଞ୍ଚାୟତରୁ ୧୦ଟି ରାବଣ ରଥ ଓ ଶ୍ରୀରାମଙ୍କ ରଥ ସହର ପରିକ୍ରମା କରିବ, ଷ୍ଟାଡିୟମ ପଡ଼ିଆଠାରେ ଦୁଇ ସେନା ମଧ୍ୟରେ ସମ୍ମୁଖ ଯୁଦ୍ଧ ସହ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ଓ ରାମଲୀଳା ପଡ଼ିଆଠାରେ ରାବଣ ଦହନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରୀରାମ ନବମୀ ବୌଦ୍ଧରେ ଏକ ଭାଇଚାରାର ବାତାବରଣ ସୃଷ୍ଟି କରିଥାଏ। ସହରର ସମସ୍ତ ମାଛ ମାଂସ ବଜାର ବନ୍ଦ ରହିବାସହିତ ସହରବାସୀ ଆମିଷ ବର୍ଜନ କରି ଶ୍ରୀରାମଙ୍କ ଆଗମନ ଯୋଗୁଁ ସନ୍ଧ୍ୟା ସମୟରେ ସମସ୍ତଙ୍କ ଘର ସମ୍ମୁଖରେ ରେ କଳସ ସ୍ଥାପନ କରି ଦ୍ୱୀପ ପ୍ରଜ୍ୱଳନ କରାଯାଇଥାଏ। ଫଳରେ ସମଗ୍ର ସହରରେ ଦିପାବଳୀର ଭ୍ରମ ସୃଷ୍ଟି କରିଥାଏ। ପ୍ରତିଦିନ ଯାତ୍ରା ଦେଖିବାକୁୁ ଦର୍ଶକଙ୍କ ସମାଗମ ହେବାର ସଂମ୍ଭାବନା ରହୁଥିôବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଯାତ୍ରା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ନିର୍ବାଚନ କଟକଣା ମଧ୍ୟରେ ଏଥର ଯାତ୍ରାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଯାତ୍ରାରେ ବେଶି ଲୋକଙ୍କ ସମାଗମ ନକରାଇବାକୁ ଯାତ୍ରା କମିଟିକୁ ପରାମର୍ଶ ଦିଆଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories