www.samajalive.in
Friday, December 12, 2025
14.1 C
Bhubaneswar

ଜାଣନ୍ତୁ ରାମ ନବମୀରେ କେମିତି କଟିବ ଆଜି ଆପଣଙ୍କ ଦିନ: ବୁଧବାର ରାଶିଫଳ

ମେଷ: ପ୍ରଥିତ ପ୍ରଭାବସମ୍ପନ୍ନ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବୀର୍ଯ୍ୟବାନ୍‌ ଓ ଶୌର୍ଯ୍ୟଶାଳୀ ହେବେ। ଉତ୍ତମ ପ୍ରବକ୍ତା ହେବାର ସୂଚନା ମିଳୁଛି। ବାସଗୃହ ପରିବେଶ ଉତ୍ତମ ମାନର ହେବ। ସୁସ୍ଥ ଜୀବନ ବିତାଇବେ।
ବୃଷ: ନିଜ ପ୍ରତିଶ୍ରୁତି ପାଳନ କରିବାରେ ବଦ୍ଧ ପରିକର ହେବେ। ଛନ୍ଦ-କପଟ ଶୂନ୍ୟ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ସମୃଦ୍ଧ ରଖିବେ। ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ସର୍ବତ୍ର ବିଜୟୀ ହେବେ।
ମିଥୁନ: ସନ୍ମାର୍ଗୀ ହେବା ପାଇଁ ତତ୍ପରତା ପ୍ରକାଶ ପାଇବ। ନିଜ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନଙ୍କ ପ୍ରତି ଅନୁରକ୍ତି ରହିବ। ବିଳାସବ୍ୟସନ ପାଇଁ ଅନାସକ୍ତ ରହିବେ। ସୌଭାଗ୍ୟଶାଳୀ ହେବେ। ସୁଖ ଓ ନିରାମୟ ରହିବେ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେତୁ ବିଭିନ୍ନ ଉପହାରାଦିରେ ଭୂଷିତ ହୋଇପାରନ୍ତି। ମିଷ୍ଟାନ୍ନ ଖାଦ୍ୟରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଜନସାଧାରଣଙ୍କ ହିତୈଷୀ ଓ ପରୋପକାରୀ ହେବେ।
ସିଂହ: ରାଜଯୋଗ ଥିବାରୁ ଶ୍ରେଷ୍ଠାସନରେ ଆସୀନ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଏକାନ୍ତରେ ତପ ସାଧନା ଫଳବତୀ ହେବ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ଜନକଲ୍ୟାଣରେ ଧନ ବ୍ୟୟ ହେବ।
କନ୍ୟା: ଜ୍ଞାନୀମାନଙ୍କର ଜ୍ଞାନ ପିପାସା ମେଣ୍ଟେ ନାହିଁ କି ଆପଣଙ୍କର ମଧ୍ୟ ମେଣ୍ଟିବ ନାହିଁ। ଧର୍ମ ଦଣ୍ଡଧାରୀ ହୋଇପାରନ୍ତି। ଶତ୍ରୁପକ୍ଷଙ୍କୁ ନିଜ ଗୁଣରେ କ୍ଷମା ପ୍ରଦାନ କରିପାରନ୍ତି। ସଦାସର୍ବଦା ଦୃଢ଼ବାଦୀ ହେବେ।
ତୁଳା:କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସ୍ବଅର୍ଜିତ ଜ୍ଞାନାଲୋକରେ ନିର୍ଭରଶୀଳଙ୍କୁ ଚକ୍ଷୁଷ୍ମାନ୍‌ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ବିଛା:ସ୍ବକର୍ମରେ ସଫଳତା ପାଇଁ ନିରଙ୍କୁଶ କ୍ଷମତା ହାତକୁ ଆସିପାରେ। ସେହି କ୍ଷମତାକୁ ବିକେନ୍ଦ୍ରୀକରଣ କରି ଅଧସ୍ତନ ଓ ସହଯୋଗୀମାନଙ୍କୁ କର୍ମତତ୍ପର କରାଇବାରେ ସଫଳ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ।
ଧନୁ:ନୃପତିଙ୍କ ସଦୃଶ ପ୍ରଭାବଶାଳୀ ହେବେ। ଶୂର, ବୀର, ଶୌର୍ଯ୍ୟର ଅଧିକାରୀ ହେବେ। ସମ୍ମୁଖ ସମରରେ ନୁହେଁ, ଯୁକ୍ତିଯୁକ୍ତ ବାକ୍ୟ ବିନିମୟରେ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିପାରନ୍ତି।
ମକର: ନିରୀହ ସ୍ବଭାବସମ୍ପନ୍ନ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀଙ୍କ ସହଯୋଗ ମିଳିବ। ବିତ୍ତବାନ୍‌ ହେବେ। ସମାଜସେବୀଭାବେ ସମସ୍ତଙ୍କ ପ୍ରିୟ ହେବେ।
କୁମ୍ଭ:ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ବିଦ୍ୟାବନ୍ତ, ଗୁଣୀ ଓ ଚତୁର ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସ୍ବାର୍ଥଜଡ଼ିତ ଥାଇ ବି ସେବା କାର୍ଯ୍ୟ କରିପାରନ୍ତି।
ମୀନ: ପତିପତ୍ନୀଙ୍କ ମିଳିତ ପ୍ରୟାସରୁ ଧନାଗମର ସୂଚନା ମିଳୁଛି। ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପ୍ରଥମେ ନିଜକୁ ଅଧ୍ୟୟନରତ ହେବାକୁ ପଡ଼ିବ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories