www.samajalive.in
Sunday, December 7, 2025
13.1 C
Bhubaneswar

ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରଚାର ଆରମ୍ଭ

ଫୁଲବାଣୀ: ଫୁଲବାଣୀ ପୌରାଞ୍ଚଳରେ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର ଏକ ଵାଇକ ଶୋଭାଯାତ୍ରାରେ ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟ୍ଟନାୟକ ଛକ,କୋର୍ଟ ଛକ ଓ ଜଗନ୍ନାଥ ମନ୍ଦିର ଛକ ଦେଇ ପୌରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ। ଅଚ୍ୟୁତ ସାମନ୍ତ ଓ ଶ୍ରୀମତୀ କହଁର ପ୍ରଥମେ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ, ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ପ୍ରଗତିର ରଥ ଆଗେଇ ଚାଲିଛି।

ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିବାକୁ ନିବେଦନ କରିଥିଲେ। ଫୁଲବାଣୀ ସହରକୁ ଏକ ଉନ୍ନତ ସହରରେ ପରିଣତ କରିବା ସହ କନ୍ଧମାଳ ଜିଲ୍ଲାକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବାକୁ ଆମେ ସଂକଳ୍ପ ବଦ୍ଧ ବୋଲି ଅଚ୍ୟୁତ ସାମନ୍ତ କହିଥିଲେ। ଉଭୟ ସାଂସଦ ପ୍ରାର୍ଥୀ ଓ ଫୁଲବାଣୀ ବିଧାୟିକା ପ୍ରାର୍ଥୀଙ୍କୁ ସହଯୋଗ ଓ ସମର୍ଥନ ଯୋଗାଇ ଦେବା ସହ ଉଭୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।
ଏହି ବାଇକ୍ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ଜିଲ୍ଲା ବିଜେଡ଼ି ପର୍ୟ୍ୟବେକ୍ଷକ ବିଜୟ ନାୟକ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ, ମହିଳା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦିକା ପୁନମ କହଁର, ବିଜେଡ଼ି ନେତା କମଳାକାନ୍ତ ପାଣ୍ଡେଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହି ଵାଇକ ଶୋଭାଯାତ୍ରାରେ ଫୁଲବାଣୀ ର ୧୩ ଟି ୱାର୍ଡ ରୁ ଏକ ହଜାରରୁ ଉର୍ଦ୍ଧ୍ଵ ମୋଟର ସାଇକେଲ ସାମିଲ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories