www.samajalive.in
Saturday, December 6, 2025
15.1 C
Bhubaneswar

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବିଜୟ ନାଏକ, ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିସହ ଚଳିତ ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ଵନ୍ଦ୍ଵିତା କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କରଞ୍ଜିଆ ବିଧାନସଭା ଆସନରୁ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବିଜୟ କୁମାର ନାଏକ ମଙ୍ଗଳବାର କରଞ୍ଜିଆଠାରେ ଏହି ଘୋଷଣା କରଛନ୍ତି। କରଞ୍ଜିଆଠାରେ ବିଜୟ ନାୟକଙ୍କ ସମର୍ଥକ ଓ ଶୁଭେଚ୍ଛୁମାନଙ୍କୁ ନେଇ ଏକ ସମାବେଶ ଅୟୋଜିତ ହୋଇଥିଲା। ଏଥିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜିଆ, ଠାକୁରମୁଣ୍ଡା, ଶରତ ଅଞ୍ଚଳରୁ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଯୋଗ ଦେଇଥିଲେ। ସମର୍ଥକଙ୍କ ସଭାରେ ବିଜୟ ନାୟକ ଗରିବ, ଖଟିଖିଆ, ସାଧାରଣ ଲୋକଙ୍କ ସହଯୋଗରେ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଆସିବା ନେଇ ଘୋଷଣା କରିଥିଲେ ଏବଂ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ପରେ ଖବରଦାତାଙ୍କୁ ସୂଚନା ଦେଇ ବିଜୟ ନାଏକ କହିଥିଲେ ଯେ, ସେ ପ୍ରଥମେ କରଞ୍ଜିଆ ବ୍ଲକ ତାଟୋ ଗ୍ରାମପଞ୍ଚାୟତରୁ ସମିତି ସଭ୍ୟ ଭାବରେ ବିଜୟ ହେବା ପରେ କରଞ୍ଜିଆ ବ୍ଲକରୁ ନିର୍ଦ୍ବନ୍ଦ୍ଵରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ରୁ ୨୦୧୪ ଓ ପରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଟିକଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। କିନ୍ତୁ ପରେ ତାଙ୍କୁ ଟିକଟ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଲୋକଙ୍କ ସହିତ ଜଡିତ ହୋଇ ରହିଥିଲେ। ସର୍ଭେ ରିପୋର୍ଟ ତାଙ୍କ ସପକ୍ଷରେ ଥିବା ସତ୍ବେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକଟକୁ କାଟି ଦିଆ ଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ବିଜୁ ଜନତା ଦଳ ଟିକଟରୁ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ କରଞ୍ଜିଆ ବିଧାନସଭା ନିର୍ବାଚନ ଲଢ଼ିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories