www.samajalive.in
Saturday, December 6, 2025
14.1 C
Bhubaneswar

କୋଟିପତି ‘କଳ୍ପନା ସୋରେନ’: ସ୍ୱାମୀ ହେମନ୍ତ ସୋରେନଙ୍କ ଠାରୁ ୪ଗୁଣା ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍‌‌ ଏବେ ବେଶ ଚର୍ଚ୍ଚାରେ। ଝାଡଖଣ୍ଡରେ ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଦିନ ନାମାଙ୍କନ ଦାଖଲ କରିଛନ୍ତି କଳ୍ପନା ସୋରେନ୍‌‌। ନାମାଙ୍କନରେ କଳ୍ପନା ଦେଇଥିବା ଆଫିଡେଭିଟ୍‌‌ ଅନୁଯାୟୀ ସେ କୋଟିପତି ବୋଲି ଜଣାପଡିଛି। ସ୍ୱାମୀ ହେମନ୍ତ ସୋରେନଙ୍କ ଅପେକ୍ଷା କଳ୍ପନାଙ୍କ ପାଖରେ ୪ଗୁଣା ଅଧିକ ସମ୍ପତ୍ତି ରହିଥିବା ଜଣାପଡିଛି। କଳ୍ପନାଙ୍କ ପାଖରେ ମୋଟ ୧୯.୧୪କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିମଧ୍ୟରୁ ୧୩କୋଟି ୬୩ଲକ୍ଷ ୧୦ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି। ଏହାସହିତ ତାଙ୍କ ପାଖରେ ନଗଦ କାର, ବୀମା, ପିପିଏଫ୍‌‌, ବ୍ୟାଙ୍କ ଜମା ଏବଂ ଅଳଙ୍କାର ସହିତ ୫କୋଟି ୫୧ଲକ୍ଷ ୫୧ହଜାର ୧୬୮ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡିଛି। କଳ୍ପନା ସୋରେନ ୩.୬୭କୋଟି ଟଙ୍କା ଋଣ କରିଛନ୍ତି। ଖାଲିସେତିକି ନୁହେଁ କଳ୍ପନାଙ୍କ ସ୍ୱାମୀ ହେମନ୍ତ ସୋରେନ୍‌‌ ମଧ୍ୟ କୋଟିପତି ଅଟନ୍ତି। ହେମନ୍ତ ସୋରେନଙ୍କ ପାଖରେ ମୋଟ ୫.୩କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ରହିଛି। ଏସବୁ ତଥ୍ୟ ନାମାଙ୍କନ ପତ୍ରରେ ଦର୍ଶାଇଛନ୍ତି କଳ୍ପନା।
ଆଫିଡେଭିଟରେ କଳ୍ପନା ନିଜର ସମସ୍ତ ସମ୍ପତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ୯୧.୯୭ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି। ଏହାସହିତ ତାଙ୍କ ନାମରେ ତିନୋଟି ଗାଡି, ନଗଦ ୨୭.୨୮ଲକ୍ଷ ଟଙ୍କା ରହିଥିବା ବେଳେ ବ୍ୟାଙ୍କରେ ୮୫.୨୦ଲକ୍ଷ ଟଙ୍କା ଜମା ଅଛି। ସେୟାରୁ ବଜାରରେ ୬୧.୪୬ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ପିପିଏଫ/ଏଲଆଇସିରେ ୬୩.୩୦ଲକ୍ଷ ଟଙ୍କା ବିନିଯୋଗ କରିଥିବା ଦର୍ଶାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories