BJD Bijuli 480×75 Mob

ଭୋଜପୁରୀ ଅଭିନେତ୍ରୀ ଅମ୍ରିତା ପାଣ୍ଡେଙ୍କ ମୃତଦେହ ଉଦ୍ଧାର

BJD Bijuli 480×75 Mob

ଡେସ୍କ: ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ମୃତଦେହ ଗତ ଏପ୍ରିଲ ୨୭ ତାରିଖରେ ବିହାରର ଭାଗଲପୁରସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ତାଙ୍କୁ ୨୭ ବର୍ଷ ହୋଇଥିଲା। ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ଜାରି ରଖିଛି। ମୃତ୍ୟୁ ପୂର୍ବରୁ ଅମ୍ରିତା ହ୍ଵାଟ୍ସଆପରେ ଏକ ଆଶ୍ଚର୍ଯ୍ୟଜନକ ମେସେଜ୍ ପୋଷ୍ଟ କରି ଲେଖିଥିଲେ, ‘His/her life was sailing on two boats, we made the journey easy by sinking one.’ ତେବେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିଲା। ଅମୃତାଙ୍କ ପରିବାରରେ ଏବେ ତାଙ୍କ ସ୍ୱାମୀ ଅଛନ୍ତି।

ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା, ନିବେଶ କରି ପାଇବେ ଏତେ ସୁଧ

​ସେ ଅଭିନୟରେ କ୍ୟାରିୟର ସହ ସଂଘର୍ଷ କରୁଥିଲେ ଏବଂ ଅବସାଦ ସହ ସଂଘର୍ଷ କରୁଥିଲେ ବୋଲି ତାଙ୍କ ପରିବାର ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ସେ ଡିପ୍ରେସନରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀଙ୍କ ସହ ମୁମ୍ବାଇରେ ରହୁଥିବା ଅମ୍ରିତା ଏପ୍ରିଲ ୧୮ତାରିଖରେ ନିଜ ଭଉଣୀଙ୍କ ବାହାଘର ପାଇଁ ଭାଗଲପୁର ଯାଇଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ଫେରିଥିବା ବେଳେ ସେ ସେଠାରେ ରହିବାକୁ ପସନ୍ଦ କରିଥିଲେ।

ଜୁନ୍ ୧୮କୁ ଘୁଞ୍ଚିଲା ୟୁଜିସି ନେଟ୍ ୨୦୨୪ ପରୀକ୍ଷା

​ଅମ୍ରିତା ଭୋଜପୁରୀ ଷ୍ଟାର ଖେସାରୀ ଲାଲ ଯାଦବଙ୍କ ସହ ଫିଲ୍ମ ‘ଦିୱାନାପନ’ରେ ନଜର ଆସିଥିଲେ ଏବଂ ‘ପରିଶୋଧ’ ସମେତ ଟିଭି ଶୋ, ହିନ୍ଦୀ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ମଧ୍ୟ ଅଭିନୟ କରିଥିଲେ। ସିଟି ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏକ ଟିମ୍ ଗଠନ କରାଯାଇ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି।

ସିବିଆଇ ତଦନ୍ତ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

Comments are closed.