www.samajalive.in
Sunday, December 7, 2025
14.1 C
Bhubaneswar

ଜୁନ୍ ୧୮କୁ ଘୁଞ୍ଚିଲା ୟୁଜିସି ନେଟ୍ ୨୦୨୪ ପରୀକ୍ଷା

ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ ପ୍ରିଲିମ୍ସ ୨୦୨୪ ପରୀକ୍ଷା ନେଇ ବିକ୍ଷୋଭ ପ୍ରଦର୍ଶନ ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ୟୁଜିସି ନେଟ୍ ପରୀକ୍ଷା ତାରିଖକୁ ଜୁନ୍ ୧୬ରୁ ଜୁନ୍ ୧୮କୁ ଘୁଞ୍ଚାଇ ଦିଆଯାଇଥିବା କହିଛନ୍ତି।

ସିବିଆଇ ତଦନ୍ତ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

- Advertisement -

ପରୀକ୍ଷାର୍ଥୀଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ୟୁଜିସି, ୟୁଜିସି-ନେଟକୁ ଜୁନ୍ ୧୬ (ରବିବାର)ରୁ ୧୮ ଜୁନ୍ ୨୦୨୪ (ମଙ୍ଗଳବାର)କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନଟିଏ ଗୋଟିଏ ଦିନରେ ସମଗ୍ର ଭାରତରେ ଓଏମଆର ମୋଡରେ ୟୁଜିସି-ନେଟ୍ ପରୀକ୍ଷା ଆୟୋଜନ କରିବ। ଏନଟିଏ ଖୁବଶୀଘ୍ର ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବ ବୋଲି କୁମାର ସେ ଟ୍ୱିଟରରେ ଲେଖିଛନ୍ତି।

କୋଟାରେ ୪୮ ଘଣ୍ଟାରେ ଦ୍ଵିତୀୟ ଆତ୍ମହତ୍ୟା, ନୋଟ୍‌ରେ ଲେଖାହୋଇଛି- ସରି ପାପା! ଏଥର ବି..

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ଚିଠି ଲେଖି ୨୦୨୪ ଜୁନ୍ ୧୬ରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାର ପ୍ରସ୍ତାବିତ ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା। ଏବିଭିପି ସେହି ତାରିଖରେ ୟୁପିଏସସି ପ୍ରିଲିମସ ପରୀକ୍ଷାର ଏକକାଳୀନ ଆୟୋଜନକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭାବ୍ୟ ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିଥିଲା।

ୟୁଜିସି ନେଟ୍ ଜୁନ୍ ୨୦୨୪ ପରୀକ୍ଷା ତାରିଖ ଜୁନ୍ ୧୬, ୨୦୨୪ ବୋଲି ଏନଟିଏ ୨୦୨୪ ଏପ୍ରିଲ ୨୦ ତାରିଖରେ ଏକ ସାର୍ବଜନୀନ ବିଜ୍ଞପ୍ତିରେ ଘୋଷଣା କରିଥିଲା। ସେହିପରି ୟୁପିଏସସି ୨୦୨୪ ମାର୍ଚ୍ଚ ୧୯ ତାରିଖର ବିଜ୍ଞପ୍ତି ଅନୁଯାୟୀ ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା, ୨୦୨୪କୁ ସେହି ତାରିଖରେ ସ୍ଥିର କରିଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories