BJD Bijuli 480×75 Mob

ମହିଳାଙ୍କୁ ହତ୍ୟା, ଥାନାରେ ଅଭିଯୋଗ

BJD Bijuli 480×75 Mob

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ରେଖାଲଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗାଁର ବାରିକାଣି ହୁଈକାଙ୍କୁ କେହି ହତ୍ୟା କରି ପିନ୍ଧିଥିବା ସୁନା ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ବାରିକାଣି ହୁଈକା(୫୫) ସବୁଦିନ ପରି ସୋମବାର ନିଜ କପା ଓ କାଜୁବଣକୁ ଯାଇ ରାତିରେ ଘରକୁ ନ ଫେରିବାରୁ ମଙ୍ଗଳବାର ସକାଳୁ ଭାଇ ଜାଗାରାଓ ହୁଈକା ଖୋଜା ଖୋଜି କରିଥିଲେ। ଏହାପରେ ରାଇଗୁଡି ପାହାଡ଼ ତଳରେ କରିଥିବା କୁଡ଼ିଆ ଭିତରେ ମରି ପଡିଥିବା ଦେଖିଥିଲେ ଭାଇ ଜାଗାରାଓ। ଏହାକୁ ଦେଖି ଗ୍ରାମକୁ ଯାଇ ସେ ଏ ବିଷୟରେ ଖବର ଦେଇଥିଲେ। ଏହା ଶୁଣି ଉକ୍ତ ସ୍ଥାନକୁ ଯାଇ ଦେଖି ପୁଲିସକୁ ସୂଚନା ଦେଇଥିଲେ ଗ୍ରାମବାସୀ। ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏଏସଆଇ ମତିଲାଲ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମାଲା ରୁଜୁ କରିବାପରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି। ଏଏସଆଇ ମତିଲାଲ ପଟ୍ଟନାୟକ ଘଟଣାର ତଦନ୍ତ ଚଳାଇଛନ୍ତି। ବାରିକାଣିଙ୍କୁ କେହି ହତ୍ୟା କରି ସେ ପିନ୍ଧିଥିବା ସୁନା ଅଳଙ୍କାର ନେଇଥିବା ସନ୍ଦେହ କରାଯାଉଛି।

Comments are closed.