www.samajalive.in
Saturday, December 6, 2025
26.1 C
Bhubaneswar

ଘାଟିରେ ଓଲଟିଲା ଦାଦନ ଶ୍ରମିକ ଭ୍ୟାନ: ଜଣେ ମୃତ, ୨୪ ଆହତ

ପଟାଙ୍ଗି : କୋଟିଆ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିପଡା ଘାଟି ରେ ଏକ ଶ୍ରମିକ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ସୂଚନା ଅନୁସାରେ ପାଡୁଆ ଥାନା ନନ୍ଦପୁର ବ୍ଲକ ର ଖୀନବୁରା ପଞ୍ଚାୟତ ର ୨୫ଜଣ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶର ସାଲୁର ଅଭିମୁଖେ ଦାଦନ ଖଟିବାକୁ ଏକ ଭ୍ୟାନ ରେ ଯାଉଥିଲେ। ପଟାଙ୍ଗି ର ବ୍ରିଟିଶ ରୋଡ଼ ଦେଇ କୋଟିଆ ପଞ୍ଚାୟତ ର ନାରେଡିବାଲସା ଦେଇ ଯାଉଥିବାବେଳେ କୁମ୍ଭିପଡା ଘାଟି ରେ ଗାଡିର ବ୍ରେକ ଫେଲ ହୋଇ ଗାଡ଼ି ଟି ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ିଟି ଓଲଟି ପଡି ଘାଟି ତଳକୁ ଖସି ଯିବା ଫଳରେ ଗାଡି ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ପରେ ସମସ୍ତ ଆହତଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ହେଲେ ହସ୍ପିଟାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories