www.samajalive.in
Saturday, December 6, 2025
26.1 C
Bhubaneswar

ନିଶା କଫସିରପ ଜବତ; ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ବ୍ୟାପକ ବେଆଇନ ନିଶା ଦ୍ରବ୍ୟ କାରବାର ଜୋରସୋରରେ ଚାଲିଥିବାରୁ ଏହାକୁ ନିୟନ୍ତ୍ରିତ କରିବାର ସୁରକ୍ଷା ଏଜେନ୍ସି ମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାରୁ ଏବେ ବିଗତ କିଛି ଦିନ ହେବ ଚଢ଼ଉ ଅଭିଯାନ ଜାରି ରହିଛି । ଏହି କ୍ରମରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ପାଣିଟାଙ୍କି ପଡା ଅଞ୍ଚଳରେ ନିଶା କଫସିରପ ଧରିବା ପାଇଁ ଚଢ଼ଉ କରାଯାଇଥିଲା। ସଦର ଅବକାରୀ ବିଭାଗର ଏକ ଦଳ ଖବର ପାଇ ପାଣିଟାଙ୍କି ପଡା ଅଞ୍ଚଳରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବହିଦାରବନ୍ଧ (ହସ୍ପିଟାଲ କ୍ୟାମ୍ପସ) ରେ ରହୁଥିବା ସୋନୁ ବେହେରା ନାମକ ଜଣେ ୩୨ ବର୍ଷିୟ ଯୁବକଙ୍କ ନିକଟରୁ ଜରିବସ୍ତା ମଧ୍ୟରେ ରଖାଯାଇଥିବା ୨୪୦ଟି ନିଶା କଫ ସିରପ ଜବତ କରାଯାଇଥିଲା । ଅବକାରୀ ଦଳର ପଚରାଉଚୁରା ସମୟରେ ଯୁବକ ଜଣକ ବେଆଇନ ଭାବରେ ଉକ୍ତ ନିଶା କଫ ସିରପ ଗୁଡିକୁ ପଶ୍ଚିମବଙ୍ଗ ରାଜ୍ୟରୁ ସମ୍ବଲପୁରକୁ ଚୋରାରେ ଚାଲାଣ କରି ଆଣିଥିବା ବେଳେ ସେ ନିଶା କଫ ସିରପ ଗୁଡିକୁ ବିକ୍ରି ପାଇଁ ନେଉଥିବା ସମୟରେ ଅବକାରୀ ଦଳ ଦ୍ୱାରା ଧରାପଡିଥିଲା। ଜବତ ହୋଇଥିବା ନିଶା କଫ ସିରପ ଗୁଡିକର ଆନୁମାନିକ ମୂଲ୍ୟ ୪୮ ହଜାର ଟଙ୍କା ହେବ। ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାସ୍ତୁର ୧୦ଟି ସରଳ ଉପାୟ, ପାଳନ କଲେ ଘରେ କେବେ ହେବନି ଧନ ଅଭାବ,ରହିବନି ବାସ୍ତୁ ଦୋଷ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories