www.samajalive.in
Saturday, December 6, 2025
26.1 C
Bhubaneswar

ନନ୍ଦନକାନନରେ ନୂଆ ଅତିଥି: ଆଜି ହାଇଦ୍ରାବାଦ ଯିବେ ୫ ପ୍ରଜାତିର ୧୩ ଜନ୍ତୁ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ୧୧ ପ୍ରଜାତିର ୨୬ ନୂଆ ଅତିଥି ଆସିଛନ୍ତି । ସୋମବାର ସନ୍ଧ୍ୟାରେ ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀଉଦ୍ୟାନରୁ ୧୭ଜଣିଆ ଟିମ୍‌ ହଳେ ସାରସ ପକ୍ଷୀ, ହଳେ ଚାମୁଚ ଥଣ୍ଟିଆ, ହଳେ ଧୂସର ରଙ୍ଗର ଜଙ୍ଗଲୀ କୁକୁଡ଼ା, ଦୁଇଟି ମାଈ ଆମେରିକା ଏଣ୍ଡୁଅ, ଦୁଇହଳ ବାବାରୀ କପୋତ, ଦୁଇହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ ବାଲି ବୋଡା, ହଳେ ନାଲି ବୋଡା, ଦୁଇଟି ଅଣ୍ଡିରା ବନେଟ ମାକାକ୍ୟୁ, ହଳେ ଚନ୍ଦନ ବୋଡା ଆସିଛନ୍ତି । ପ୍ରତିବଦଳରେ ନନ୍ଦନକାନନରୁ ୫ପ୍ରଜାତିର ୧୩ଜନ୍ତୁ ପଠାଯିବ । ସେଗୁଡ଼ିକ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ୨ଟି ମାଈ ସିଆମିଜ କୁମ୍ଭୀର, ଦୁଇହଳ ସୁନେଲି କୁକ୍କୁଟ, ହଳେ ଲେଡି ଆର୍ମରେଷ୍ଟ କୁକ୍କୁଟ, ହଳେ କୁଜି ହରିଣ, ହଳେ ଗୁରାଣ୍ଡି ଆଜି ପଠାଯିବ। ଏହି ୨୬ଜନ୍ତୁ ଆସିବା ପରେ ନନ୍ଦନକାନନରେ ନୂତନ ଧୂସର ଜଙ୍ଗଲୀ କୁକୁଡାଙ୍କ ପକ୍ଷୀଶାଳରେ ଶୋଭା ବଢ଼ିବା ସହ ବଂଶବୃଦ୍ଧିରେ ସହାୟକ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନତ କୁମାର ନାରାୟଣ କହିଛନ୍ତି । ଏହି ୧୧ପ୍ରଜାତିର ୨୬ଜନ୍ତୁ ପ୍ରାଣୀଉଦ୍ୟାନରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସାଳୟର ନୂତନ କ୍ବାରେଣ୍ଟାଇନରେ ରଖାଯାଇ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ। ଦ୍ବିତୀୟ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ହାଇଦରାବାଦରୁ ୨ମାଈ ବନେଟ ମାକାକ୍ୟୁ ଆସିବ। ପ୍ରତିବଦଳରେ ନନ୍ଦନକାନନରୁ ଦୁଇହଳ ଗେଣ୍ଡାଳିଆ ଓ ଦୁଇହଳ ଆସାମୀ ମାକାକ୍ୟୁ ପଠାଯିବ ବୋଲି ଉପନିର୍ଦେଶକ ଶ୍ରୀ ନାରାୟଣ ସୂଚନା ଦେଇଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories