www.samajalive.in
Saturday, December 6, 2025
26.1 C
Bhubaneswar

୪ ମନ୍ଦିରରୁ ତାଲା ଭାଙ୍ଗି ସିରିଜ୍ ଚୋରି

ଭଦ୍ରକ : ଭଦ୍ରକ ପୌରପାଳିକାର ୨୮ନଂ ୱାର୍ଡ଼ରେ ଗରଦପୁର ନୂଆ ସାହିରେ ଥିବା ୪ ଟି ମନ୍ଦିରରୁ ସିରିଜ ଚୋରି ହୋଇଛି।  ସାହିରେ ଥିବା ମଙ୍ଗଳା ମନ୍ଦିର, ଶିବ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ହନୁମାନ ମନ୍ଦିରରୁ ଵହୁ ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୂପାର ମୁକୁଟ ସହ ହାର ଓ ଅନ୍ୟାନ୍ୟ ଅଳଙ୍କାର, ଶିବ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ସହ ପିତ୍ତଳ ଵାସନ ଓ ଅନ୍ୟାନ୍ୟ ସାମଗ୍ରୀ, ରାଧାକୃଷ୍ଣ ମନ୍ଦିରର ତାଲା ଭାଙ୍ଗି ରୂପାର ମୁକୁଟ, ରୂପାର ହାର ସହ ଅନ୍ୟାନ୍ୟ ଅଳଙ୍କାର ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ଵାକ୍ସ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଗ୍ରାମବାସୀମାନେ ସକାଳେ ମନ୍ଦିରରୁ ଚୋରି ହୋଇଥିବା ଦେଖି ପୁରୁଣା ଵଜାର ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories