www.samajalive.in
Saturday, December 6, 2025
19.1 C
Bhubaneswar

ଦିନକ ପରେ କମିବ ଶୀତ: ୨୮ରୁ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଶୀତ ପ୍ରକୋପ ସେତେ ଅନୁଭୁତ ହେଉନଥିବାବେଳେ କନ୍ଧମାଳରେ ଜାରି ରହିଛି ଶୀତ ଲହରୀ। ଜିଲ୍ଲା​‌ରେ ପାରଦ ୧୦ ଡିଗ୍ରୀ ରହିଥିବାବେଳେ ସକାଳୁ ସକାଳୁ ଘନ କୁହୁଡି ମଧ୍ୟ ପରିଲକ୍ଷିତ ହେଉଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ପରବର୍ତ୍ତୀ ସମୟରେ ଏହା ୨-୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।  ପାହାଡ଼ିଆ ଅଞ୍ଚଳରେ ଏବେ ପ୍ରବଳ ଶୀତ ହେଉଥିବାବେଳେ ଉପକୂଳରେ ହାଲୁକା ଶୀତ ଅନୁଭୂତ ହେଉଛି । ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୮.୨ ଡିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ୧୦ ଡିଗ୍ରୀ ରେକର୍ଡ଼ ହୋଇଥିଲା । ସେମିଳିଗୁଡ଼ାରେ ୧୦.୬ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ଭବାନୀପାଟଣାରେ ୧୧ ଲେଖାଏଁ, ରାଉରକେଲାରେ ୧୧.୨, ଝାରସୁଗୁୁଡ଼ାରେ ୧୧.୫, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟରେ ୧୧.୮ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି । ଭୁବନେଶ୍ବରରେ ୧୬.୧ ଏବଂ କଟକରେ ୧୫.୫ ଡିଗ୍ରୀ ରହିଛି। ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୨୮ ତାରିଖରୁ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୯ରେ ଗଞ୍ଜାମ, ଗଜପତି ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories