www.samajalive.in
Saturday, December 6, 2025
26.1 C
Bhubaneswar

ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲା : ଆଉ ଦୁଇ ଜଣଙ୍କୁ ଉଠାଇନେଲା ପୁଲିସ୍

କଟକ : ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ସମ୍ପୃକ୍ତି ମାମଲାରେ ତନାଘନା ଚଳାଇଛି କମିଶନରେଟ୍ ପୁଲିସ୍ । ପୁଣି ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛି ପୁଲିସ୍। ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରୁ ଦୁଇ ଜଣଙ୍କୁ ପୁଲିସ ଉଠାଇନେଇଥିବା ଜଣାପଡିଛି। ଦୁଇ ବ୍ୟକ୍ତିଙ୍କୁ ନେଇ କଟକ ମଧୁପାଟଣା ଥାନା ପୁଲିସ୍ ପଚରାଉଚରା କରୁଛି। ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ବାଂଲାଦେଶରୁ ୨୦ରୁ ଅଧିକ ଯୁବତୀ ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର ପୁଲିସ ପାଇଛି। ଏମାନଙ୍କୁ କିଏ ଏବଂ କେମିତି ଆଣୁଛି , ସେ ସମ୍ପର୍କରେ ପୁଲିସ୍ ଖୋଳତାଡ ଜାରି ରଖିଛି।

ସେପଟେ ଏହି ଘଟଣାକୁ ନେଇ ସୋମବାର କଟକ ସ୍ପେଶାଲ ସ୍କ୍ବାଡ ଓ ଭୁବନେଶ୍ବର ୟୁପିଡି ରାଜଧାନୀର ୧୦ଟି ସ୍ଥାନରେ ଚଢ଼ଉ କରିଛନ୍ତି। ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଆଣିବା ପଛରେ ଭୁବନେଶ୍ବରର କିଛି ଦଲାଲଙ୍କ ସମ୍ପୃକ୍ତି ନେଇ ପୁଲିସ ହାତରେ ତଥ୍ୟ ଲାଗିଛି। ସେମାନଙ୍କୁ ଧରିବା ଲାଗି ପୁଲିସ ଏହି ମାରାଥନ ଚଢ଼ଉ କରିଛି।  ଭୁବନେଶ୍ୱରରେ ଦେହ କାରବାର ରାକେଟରେ କିଛି ବାଂଲାଦେଶୀ ଯୁବତୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି । ଏପରିକି ଏକାଧିକ ଆପାର୍ଟମେଣ୍ଟ ଓ ହୋଟେଲ ଆଦିରେ ବାଂଲାଦେଶୀ ଯୁବତୀଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି। ସାମାଜିକ ଗଣମାଧ୍ୟମରେ ଜଣେ ବାଂଲାଦେଶୀ ଯୁବତୀ ଗ୍ରାହକଙ୍କୁ ନିର୍ଯାତନାର କାହାଣୀ କହୁଥିବା ଭିଡିଓ ପ୍ରଘଟ ପରେ ପୁଲିସ ତଦନ୍ତ କରୁଛି । ପୂର୍ବରୁ ଦେହ ବ୍ୟବସାୟରେ ଭୁବନେଶ୍ବରରୁ ବାଂଲାଦେଶୀ ଧରାପଡ଼ିବା ନଜିର ରହିଛି। ଋଷୀୟ ଯୁବତୀ ମଧ୍ୟ ଧରାପଡ଼ିଛନ୍ତି। ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯେଉଁମାନେ ବାଂଲାଦେଶୀ ଯୁବତୀଙ୍କୁ ଆଣି ଅନୈତିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଏ ଦିଗରେ ନଜର ରଖିବା ସହ ତଦନ୍ତ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories