ବିଧାୟକଙ୍କୁ ଆକ୍ରମଣ ଘଟଣା: ଦ୍ଵିତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଯାଜପୁରସଦର : ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା ସହ ତଥ୍ୟ ପ୍ରମାଣ ଯୋଗାଡ କରୁଛି କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ । ଆଜି ତଦନ୍ତ ର ଦ୍ଵିତୀୟ ଦିନ ରହିଛି । ତଦନ୍ତ ଭାର ନେବା ପରେ ୩ଟି ମାମଲାକୁୁ ନେଇ କ୍ରାଇମବ୍ରାଞ୍ଚ୍ ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଅଧିକାରୀ ପୁଲିସ ସହ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଏହି ତଦନ୍ତରେ କ୍ରାଇମ୍ବ୍ରାଞ୍ଚ୍ ଡିଏସ୍ପି ମମତା ଜେନା, ଇନ୍ସପେକ୍ଟର ବିଜିତ୍ ବେହେରା ସମେତ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଦୁଇଟି ଦଳ ଥାନାରେ ବସି ତଦନ୍ତକୁ ତ୍ୱରାନ୍ୱିତ କରୁଛନ୍ତି । କ୍ରାଇମବ୍ରାଞ୍ଚ୍ ୩ଟି ମାମଲାକୁ ହାତକୁ ନେଲା ପରେ ତଦନ୍ତକୁୁ ଗତିଶୀଳ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ।
Comments are closed.