www.samajalive.in
Monday, December 8, 2025
16.1 C
Bhubaneswar

ଦିଲ୍ଲୀ ପରେ ବିଷାକ୍ତ ବାୟୁ ବଳୟରେ ଓଡିଶାର ୮ ସହର

ଭୁବନେଶ୍ୱର : ରାଜ୍ୟରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ରହିଛି । ଯେଉଁ ସହରକୁ ଦେଖିଲେ ଧୂଳିକଣା ଉଡୁଛି । ପ୍ରଶ୍ବାସରେ ଶରୀରକୁ ଧୂଳି ଯାଉଛି । ଛାଡୁନି ଥଣ୍ଡା ଓ ଛାତିରୋଗ । ବରିଷ୍ଠ ନାଗରିକ ଓ ଶିଶୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । କଟକ, ଭୁବନେଶ୍ବର, କଳିଙ୍ଗନଗର, ବାଲେଶ୍ବର, ଅନୁଗୋଳ, ତାଳଚେର, ଦାମନଯୋଡି ଏବଂ ରାଜଗାଙ୍ଗପୁର ସହରରେ ବାୟୁ ଗୁଣବତ୍ତା ମାନକ (ଏକ୍ୟୁଆଇ) ଚିନ୍ତାଜନକ ରହିଛି । ଭୁବନେଶ୍ବର, କଟକ, ରାଜଗାଙ୍ଗପୁର ଏବଂ ଦାମନଯୋଡିରେ ବାୟୁ ଗୁଣବତ୍ତା ମାନକ ୨ ଶହ ଉପରେ ରହିଛି। କଟକ ଓ ଭୁବନେଶ୍ବରରେ କଳକାରଖାନା ନ ଥାଇ ବି ବାୟୁ ପ୍ରଦୂଷଣ ଅଧିକ ରହୁଛି। ବଡ ଅଟ୍ଟାଳିକା ଓ ସଡ଼କ ନିର୍ମାଣ ଏବଂ ବ୍ୟାପକ ଗାଡିମୋଟର ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷଣ ବଢୁଥିବା ପରିବେଶବିତ କହିଛନ୍ତି । ସଚେତନତା ଅଭାବ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ସିପିସିବି)ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ବାୟୁ ପ୍ରଦୂଷଣ ବଢୁଥିବା କୁହାଯାଉଛି। ରବିବାର ଦାମନଯୋଡିରେ ପିଏମ୍‌୧୦ ବାୟୁ ପ୍ରଦୂଷଣ ମାନକ ୨୦୧ ଥିବାବେଳେ ରାଜଗାଙ୍ଗପୁରରେ ୨୩୮ରହିଛି । ସେହିଭଳି କଟକ ବକ୍ସିବଜାରରେ ୨୦୪ ଉପରେ ଥିବାବେଳେ ଅନ୍ୟାନ୍ୟ ସହରଗୁଡିକରେ ୨୦୦ ତଳେ ରହିଛି । ୧୯ ତାରିଖରେ କଟକ ବାୟୁ ପ୍ରଦୂଷଣ ୧୪୭ ରେକର୍ଡ ହୋଇଥିବା ବେଳେ ପିଏମ୨.୫ କ୍ଷେତ୍ରରେ ୬୪ ରହିଛି । କଳିଙ୍ଗନଗରରେ ପିଏମ୍‌୧୦ରେ ୧୧୨ ଏବଂ ପିଏମ୨.୫ରେ ୫୫ ଛୁଇଁଥିଲା । ବାଲେଶ୍ବର ସହରରେ ନଭେମ୍ବର ୫ରେ ଯଥାକ୍ରମେ ୧୧୫ ଏବଂ ୬୨ ରେକର୍ଡ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଦୂଷଣ କମିଛି । ୧୫ ତାରିଖରେ ଅନୁଗୋଳ ସହରରେ ପିଏମ୧୦ ୧୧୮ ଏବଂ ପିଏମ୨.୫ ୫୬ ରହିଛି । ୧୯ ତାରିଖରେ ତାଳଚେରରେ ବାୟୁ ପ୍ରଦୂଷଣ ମାନକ ପିଏମ୧୦ ୧୩୧ ଥିବାବେଳେ ପିଏମ୨.୫ ୫୪ ଛୁଇଁଥିଲା । ଏହାପୂର୍ବରୁ ପ୍ରଦୂଷଣ ୧୩୦ ଉପରେ ରହିଥିଲା । ନଭେମ୍ବର ୨୦ରେ ଭୁବନେଶ୍ବରରେ ପିଏମ୧୦ ୨୩୩ ଏବଂ ପିଏମ୨.୫ ୭୩ ରେକର୍ଡ ହୋଇଛି । ଏସବୁ ସହରଗୁଡିକରେ ବାୟୁର ଗୁଣବତ୍ତା ପ୍ରଦୂଷଣ ମାନକ ଖରାପ ରହିଛି । ଅନୁଗୋଳ, ତାଳଚେର, ଦାମନଯୋଡି ଏବଂ ରାଜଗାଙ୍ଗପୁରରେ କଳକାରଖାନା ଥିବାରୁ ଏଠାରେ ବାୟୁ ପ୍ରଦୂଷଣ ମାନକ ବଢୁଛି।
ରାଜଧାନୀର ୬ଟି ସ୍ଥାନରେ ବାୟୁ ପ୍ରଦୂଷଣ ମାନକ ମାପ କରାଯାଉଛି । ଷ୍ଟେସନ ଗୁଡିକ ହେଲା, କ୍ୟାପିଟାଲ ଥାନା, ଖଣ୍ଡଗିରି ଥାନା, ଏସପିସିବି କାର୍ଯ୍ୟାଳୟ, କେନ୍ଦ୍ରୀୟ ପରୀକ୍ଷାଗାର ବିଲ୍ଡିଂ ପଟିଆ, ପଳାଶୁଣି ଏବଂ ଆଇଆରସି ଭିଲେଜରେ ବାୟୁ ପ୍ରଦୂଷଣ ମାପ ମେସିନ ଖଞ୍ଜା ଯାଇଛି । ରାଜଧାନୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାର ପ୍ରମୁଖ କାରଣ ଗୁଡିକ ମଧ୍ୟରେ ଅଳିଆ ଆବର୍ଜନାରେ ନିଆଁ ଲଗାଇବା ଏବଂ ଡିଜେଲ ଓ ପେଟ୍ରୋଲ ଚାଳିତ ଗାଡିମୋଟର ସଂଖ୍ୟା ବୃଦ୍ଧି । ଯେଉଁ ଅଞ୍ଚଳରେ ଅଧିକ ଗାଡିମୋଟର ଚଳାଚଳ କରୁଛି ସେଠାରେ ବାୟୁ ପ୍ରଦୂଷଣ ସର୍ବାଧିକ ରହୁଛି । ପରିବହନ ବିଭାଗ ପକ୍ଷରୁ ୧୫ବର୍ଷ ପୁରୁଣା ଗାଡ଼ି ରାସ୍ତାରେ ଗଡ଼ି ପାରିବ ନାହିଁ ବୋଲି ସ୍ପ୍ରାପ୍‌ ନୀତି ଅଣାଯାଇଛି । ଏଥିରେ ପ୍ରାଥମିକ ସ୍ତରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଥିବା ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ୫୦୦ ଗାଡ଼ିକୁ ବଦଳା ଯିବ; କିନ୍ତୁ ଘରୋଇ ଗାଡ଼ି ସ୍କ୍ରାପ ଉପରେ କେନ୍ଦ୍ର ସରକାର କୌଣସି ନୀତି ପ୍ରଣୟନ କରି ନଥିବା ହେତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ କହୁଛି ।
ସମ୍ପ୍ରତି ବାୟୁ ପ୍ରଦୂଷଣ ମାନବ ସଭ୍ୟତା ପାଇଁ ଏକ ବଡ଼ ସମସ୍ୟା ହୋଇଛି । ଖଣି ଖନନ, ଶିଳ୍ପ, ଗାଡିମୋଟର ଓ ଜନସଂଖ୍ୟା ବୃଦ୍ଧି, ରାସ୍ତା ଓ କୋଠାବାଡି ନିର୍ମାଣ ଆଦି ବାୟୁ ପ୍ରଦୂଷଣ ପାଇଁ ଦାୟୀ ବୋଲି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି । ଶୀତଦିନରେ ବାୟୁମଣ୍ଡଳ ତାପମାତ୍ରା ହ୍ରାସ ଦ୍ବାରା ଧୂଳିକଣା ବାୟୁମଣ୍ଡଳ ଉପରସ୍ତରକୁ ଯାଇପାରୁ ନଥିବାରୁ ପ୍ରଦୂଷଣ ବଢୁଛି । ପ୍ରଦୂଷଣ ହ୍ରାସ ପାଇଁ ଏନଜିଟି ଏବଂ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ପଦକ୍ଷେପ ନେବାକୁ କହିଥିଲେ; କିନ୍ତୁ ଏହା କାର୍ଯ୍ୟକାରୀ କରାଯାଇ ନଥିବା ସେ କହିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories