BJD Bijuli 480×75 Mob

ଯେଉଁ ଖବରକାଗଜରେ କ୍ଷମା ପ୍ରାର୍ଥନା କରାଯାଇଛି, ସେସବୁ ଦାଖଲ କର

BJD Bijuli 480×75 Mob

ଡେସ୍କ: ପତଞ୍ଜଳୀ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ପ୍ରତ୍ୟେକ ଖବରକାଗଜର ମୂଳ ପୃଷ୍ଠା ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଉଭୟଙ୍କୁ ବ୍ୟକ୍ତିଗତ ହାଜର ହେବାରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ମୁକ୍ତ କରିଛନ୍ତି।

ପତଞ୍ଜଳୀ ଆୟୁର୍ବେଦ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କିତ ଏକ ଅବମାନନା ଆବେଦନର ଶୁଣାଣି କରି କୋର୍ଟ ରେଜିଷ୍ଟ୍ରିକୁ ଫାଇଲ କରିବା ପରେ ଏହାକୁ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ସାର୍ବଜନୀନ କ୍ଷମା ପ୍ରାର୍ଥନାର ମୂଳ ନକଲ ଦାଖଲ କରିବାରେ ବିଫଳ ହୋଇଥିବାରୁ ପତଞ୍ଜଳିର ଲିଗାଲ ଟିମକୁ ସମାଲୋଚନା କରିଛନ୍ତି।

ଜୁନ୍ ୧୮କୁ ଘୁଞ୍ଚିଲା ୟୁଜିସି ନେଟ୍ ୨୦୨୪ ପରୀକ୍ଷା

ମୂଳ କାଗଜପତ୍ର ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା ପୂରଣ ହୋଇନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।ପତଞ୍ଜଳିଙ୍କ ଓକିଲ ଖବରକାଗଜରେ ପ୍ରକାଶିତ ୩୨୨ଟି କ୍ଷମା ପ୍ରାର୍ଥନାର ମୂଳ କପି ଦାଖଲ କରିବା ଏକ ଚ୍ୟାଲେଞ୍ଜ ବୋଲି ଦର୍ଶାଇଛନ୍ତି। ତେବେ ପତଞ୍ଜଳି ପରିଚାଳନାର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନକୁ କୋର୍ଟ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ସହ ଜଡ଼ିତ ଏହି ମାମଲାରେ ନିଷ୍କ୍ରିୟତା ପାଇଁ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା, ନିବେଶ କରି ପାଇବେ ଏତେ ସୁଧ

ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସ୍ପଷ୍ଟୀକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏପ୍ରିଲ ୧୦ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ହିଁ ଲାଇସେନ୍ସ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ରିୟ ହୋଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ଯଦି ଆପଣ ସହାନୁଭୂତି ଓ ସମବେଦନା ଚାହୁଁଛନ୍ତି ତେବେ ଅଦାଲତ ପ୍ରତି ସଚ୍ଚୋଟ ହୁଅନ୍ତୁ। ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ’ ୧୪ ତାରିଖ ଧାର୍ଯ୍ୟ କରିଛନ୍ତି।

ଭୋଜପୁରୀ ଅଭିନେତ୍ରୀ ଅମ୍ରିତା ପାଣ୍ଡେଙ୍କ ମୃତଦେହ ଉଦ୍ଧାର

Comments are closed.