www.samajalive.in
Monday, December 15, 2025
27.1 C
Bhubaneswar

ଆଇନଷ୍ଟାଇନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଅରୋରା’

ଭୁବନେଶ୍ୱର: ଆଇନଷ୍ଟାଇନ ଏକାଡେମୀ ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଅରୋରା-୨କେ୨୪’ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଦିବସରେ ଏଚଆରବିପି କ୍ୟାପଜେମନାଇ ବରିଷ୍ଠ ପରିଚାଳକ ଡ.ହିଦତୁଲ୍ଲା ବାଗ, ଇନଫୋସିସ ବରିଷ୍ଠ ପ୍ରକଳ୍ପ ପରିଚାଳକ ଅରିନ୍ଦମ ଚୌଧୁରୀ, ଟିସିଏସ ବିତରଣ ଓ ନିଯୁକ୍ତି ବରିଷ୍ଠ ପରିଚାଳକ ଲୋକନାଥ ସାହୁ, ବିବର୍ତ୍ତନ ଆଲଗୋରିଦମ ପ୍ରା ଲିମିଟେଡ ମାନବ ସମ୍ବଳ ପରିଚାଳକ(ନିଯୁକ୍ତି) ଡ.ଅସ୍ମିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେମାନେ କଲେଜ ଦିନର ସ୍ମୃତି ରୋମନ୍ଥନ କରିବା ସହିତ ସମାଜ ପ୍ରତି ସର୍ବୋତ୍ତମ ସେବା ପ୍ରଦର୍ଶନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଯାନ୍ତ୍ରିକ ଓ ବୈଷୟିକ ପ୍ରଶିକ୍ଷଣ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀତ କରିବା କ୍ଷେତ୍ରରେ ଅନୁଷ୍ଠାନରେ ସେମାନଙ୍କର ସହଯୋଗ ବୃଦ୍ଧି କରିବାକୁ ନିଶ୍ଚିତ କରିଥିଲେ।

ଦ୍ୱିତୀୟ ଦିବସରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ ଜେନେରାଲ ମ୍ୟାନେଜର ଆଇଟି ଏବଂ ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିମିଟେଡ ଏଚଓଜି, ଏଚଆର(ବେତନ ଓ ଅଂଶୀଦାର ସେବା) ସରବ କୁମାର ନାୟକ ଯୋଗଦେଇ କଠିନ ପରିଶ୍ରମ କଲେ ସଫଳତା ମିଳିପାରିବ ବୋଲି କହିବା ସହିତ ପିଏସୟୁ ଏବଂ ସରକାରୀ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁଯୋଗ ବିଷୟରେ ସୂଚନା ଦେଇଥିଲେ।

- Advertisement -

ଚେୟାରମ୍ୟାନ ବସନ୍ତ କୁମାର ବିଶୋଈଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ଦେଶକ ଡ.ସୁବ୍ରତ କୁମାର ମହାନ୍ତି ବିବରଣୀ ପାଠ କରିଥିବାବେଳେ ଅଧ୍ୟକ୍ଷ ଡ.ଶୁଭେନ୍ଦୁ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories