ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଖେଳିବ ଟି-ଟ୍ବେଣ୍ଟି ବିଶ୍ବକପ

ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି ଟି-ଟ୍ବେଣ୍ଟି କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଟି-ଟ୍ବେଣ୍ଟି ବିଶ୍ବକପ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବ ଟି-ଟ୍ବେଣ୍ଟି ବିଶ୍ୱକପ। ଏଥିପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମ ଇଣ୍ଡିଆ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ  ଟିମ ଇଣ୍ଡିଆ ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି ।

prayash

ଭାରତୀୟ ଦଳ:ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ। ଯଶସ୍ବୀ ଯଶୱାଲ ଓ ବିରାଟ କୋହଲି ଟିମରେ ସାମିଲ। ଦଳରେ ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଦଳରେ ୨ ୱିକେଟ କିପର-ଋଷଭ ପନ୍ତ ଓ ସଞ୍ଜୁ ସାମସନ, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ ଟିମରେ ସାମିଲ।

Comments are closed.