www.samajalive.in
Monday, December 15, 2025
26.1 C
Bhubaneswar

ଏମିତି ହେବ ଶ୍ରୀରାମଙ୍କ ସୂର୍ଯ୍ୟତିଲକ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ଅଯୋଧ୍ୟା: ପବିତ୍ର ରାମନବମୀ ଅବସରରେ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ। ରାମନଗରୀରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ଭକ୍ତ ଏଠାରେ ପହଂଚିିଛନ୍ତି। ସମସ୍ତ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ପୁରା ମନ୍ଦିର ପରିସରକୁ ସୁନ୍ଦର ଆଲୋକ ସହିତ ଫୁଲ ମାଳାରେ ସଜେଇ ଦିଆଯାଇଛି। ଏହାସହିତ ଦର୍ଶନ ସମୟକୁ ମଧ୍ୟ ବଢାଇ ଦିଆଯାଇଛି। ସୂର୍ଯ୍ୟତିଲକ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨:୧୬ରେ ସୂର୍ଯ୍ୟତିଲକ ଦେଖିବାକୁ ମିଳିବ। ମାତ୍ର ୪ମିନିଟ୍‌‌ ସମୟ ପାଇଁ ସୂର୍ଯ୍ୟତିଲକ ଅବଧି ରହିବ। ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବଳ ଗରମ ଗୁଳୁଗୁଳି ଯୋଗୁ ଭକ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ମଧ୍ୟାହ୍ନ ୧୨ଟା ସମୟରେ ରାମଲାଲାଙ୍କ ଜନ୍ମ ବାର୍ଷିକୀ ପାଳନ କରାଯିବ। ଜନ୍ମ ଦିବସ ଅବସରରେ ସୂର୍ଯ୍ୟ ଭଗବାନ ପ୍ରଭୁ ରାମଙ୍କ ତିଲକ କରିବାକୁ ଯାଉଛନ୍ତି।

ରାମ ନବମୀ ଅବସରରେ ସୂର୍ଯ୍ୟତିଲକ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟାମରେ ପ୍ରସ୍ତୁତ ହେବ। ତୃତୀୟ ମହଲାରେ ସ୍ଥାପିତ ଏକ ଦର୍ପଣ ଉପରେ ସୂର୍ଯ୍ୟକିରଣ ପଡିବ। ଏଠାରୁ ପ୍ରତିଫଳିତ ହେବ ଏବଂ ପିତ୍ତଳ ପାଇପରେ ସ୍ଥାପିତ ଦ୍ୱିତୀୟ ଦର୍ପଣରେ ସୂର୍ଯ୍ୟକିରଣ ପଡି ଏହା ୯୦ ଡିଗ୍ରୀରେ ପ୍ରତିଫଳିତ ହେବ। କିରଣ ପିତ୍ତଳ ପାଇପ ଏବଂ ତିନୋଟି ଭିନ୍ନ ଲେନ୍ସ ଦେଇ ଯିବ। ଅଭୟାରଣ୍ୟରେ ସ୍ଥାପିତ ଦର୍ପଣକୁ ଧକ୍କା ଦେବା ପରେ ରଶ୍ମୀ ରାମଲାଲାଙ୍କ କପାଳରେ ସିଧାସଳଖ ପଡିବା ଦ୍ୱାରା ୭୫ ମିଲିମିଟର ବୃତ୍ତାକାର ତିଲକ ସୃଷ୍ଟି କରିବ।

ଖୁବ୍ ଖାସ୍ ରାମଲାଲାଙ୍କ ରାମନବମୀ ; ଏହି ସ୍ୱତନ୍ତ୍ର ପୋଷାକ ପରିଧାନ କରିବେ ରାମଲାଲା..ଜାଣନ୍ତୁ ସବୁକିଛି

- Advertisement -

ଏହି ଅଦ୍ଭୁତ ଦୃଶ୍ୟକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଭକ୍ତମାନେ ଧାଡିରେ ଆସି ଦର୍ଶନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମନ୍ଦିର ଚାରିପାଖରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ପ୍ରବେଶ ଅନୁମତି ଦିଆଯାଇନାହିଁ। ରାମ ନବମୀରେ ଦର୍ଶନ ସମୟ ୧୯ ଘଣ୍ଟାକୁ ବୃଦ୍ଧଇ କରାଯାଇଛି। ଦର୍ଶନ ସମୟ ମଙ୍ଗଳ ଆଳତି ପରଠାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ନୈବଦ୍ୟ ଅର୍ପଣ ପାଇଁ କେବଳ ୫ମିନିଟ ଦର୍ଶନ ବନ୍ଦ ରହିବ। ଜନ୍ମୋତ୍ସବ ପାଳନ ସମୟରେ ସିଧାପ୍ରସାରଣ କରିବାକୁ ବ୍ୟବସ୍ଥା କରାଯାଇଛି।

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories