www.samajalive.in
Sunday, December 7, 2025
26.1 C
Bhubaneswar

ଖୁବ୍ ଖାସ୍ ରାମଲାଲାଙ୍କ ରାମନବମୀ ; ଏହି ସ୍ୱତନ୍ତ୍ର ପୋଷାକ ପରିଧାନ କରିବେ ରାମଲାଲା..ଜାଣନ୍ତୁ ସବୁକିଛି

ଚୈତ ନବରାତ୍ରୀ ଶେଷ ଦିନରେ ରାମ ନବମୀ ପାଳନ କରାଯାଏ। ଚଳିତ ଥର ରାମନବମୀ ପର୍ବ ଏପ୍ରିଲ ୧୭ରେ ପାଳନ କରାଯିବ। ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ମାନବ ଅବତାର ପ୍ରଭୁ ଶ୍ରୀରାମ ଏହି ଦିନ ଜନ୍ମ ନେଇଥିଲେ। ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଥମ ରାମ ନବମୀ। ଏହି କାରଣରୁ ରାମ ମନ୍ଦିରରେ ରାମଲାଲାଙ୍କର ଜନ୍ମୋତ୍ସବର ଜୋରସୋର ପ୍ରସ୍ତୁତି କରାଯାଉଛି। ଜାଣନ୍ତୁ ରାମ ମନ୍ଦିରରେ ହେଉଥିବା ଭବ୍ୟ ଆୟୋଜନ ବିଷୟରେ..
ରାମନବମୀରେ ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ୫ ବର୍ଷୀୟ ରାମଲାଲାଙ୍କର ଜନ୍ମୋତ୍ସବ ପାଳନ କରାଯିବାର ପ୍ରସ୍ତୁତି କରାଯାଉଛି। ମନ୍ଦିରର ଜନ୍ମ ଭୂମି ରାସ୍ତାରେ ଥିବା ସ୍ୱାଗତ ଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ପର୍ଯ୍ୟନ୍ତ। ଆକର୍ଷଣୀୟ ଆଲୋକ ଓ ଫୁଲରେ ସବୁକିଛି ସଜା ଯାଉଛି। ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏଠାରେ ହେବାକୁ ଯାଉଛି।

ସୂର୍ଯ୍ୟତିଳକ ; ରାମଲାଲାଙ୍କ ମୂର୍ତ୍ତିରେ ପଡିବ କି ପ୍ରଭାବ, ଘରେ ବି ଦେଖି ପାରିବେ ଭକ୍ତ..

- Advertisement -

ମନ୍ଦିର ପରିସରରେ ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ସ୍ୱାଗତ ଗୀତର ମଧ୍ୟ ଆୟୋଜନର ଆରମ୍ଭ ହୋଇ ସାରିଛି। ରାମ ନବମୀ ଦିନ ଭୋର ୪ଟାରୁ ଭକ୍ତ ନିଜ ଆରାଧ୍ୟ ଦେବତା ରାମଲାଲାଙ୍କର ଦର୍ଶନ କରି ପାରିବେ। ରାତି ୧୧ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାମ ନବମୀରେ କେବଳ ଗୋଟିଏ ଦିନ ପାଇଁ ୧୯ ଘଣ୍ଟା ଦର୍ଶନ କରିବାର ଶ୍ରଦ୍ଧାଳୁ ସୁଯୋଗ ପାଇବେ। ଭୋର ୩ଟା ୩୦ରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ସହ ୪ଟାରେ ବେଶ ସହ ଦର୍ଶନ କରାଯିବ। ଏହାପରେ ଆଳତୀ ଭୋର ୫ଟାରେ ହେବ। ମାତ୍ର ଦିନ ଯାକ ପ୍ରଭୁଙ୍କର ପୋଷାକ ପରିବର୍ତ୍ତନ ଓ ଭୋଗ ସମୟରେ ପରଦା ରହିବ। ସକାଳ ୬ଟା ୩୦ ପରେ ଦର୍ଶନ ପୁଣି ଆରମ୍ଭ ହେବ। କେବଳ ଗୋଟିଏ ଦିନ ଏପ୍ରିଲ ୧୭ରେ ବିଶେଷ ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଛି। ଦିନ ମଧ୍ୟରେ ଭଗବାନଙ୍କ ନିକଟରେ ୫ ଥର ଭୋଗ ଅର୍ପଣ କରାଯିବ। ସକାଳ ୬ଟା ୩୦ରୁ ୯ଟା ମଧ୍ୟରେ ପ୍ରଥମେ ଭୋଗ ଅର୍ପଣ କରାଯିବ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ରେ ରାଜଭୋଗ ଅର୍ପଣ କରାଯିବ। ପୁଣି ୪ଟାରେ ନୈବେଦ୍ୟ ଏହାପରେ ପୁଣି ଶୟନ ପୂର୍ବରୁ ରାତ୍ରି ଭୋଜନ ଅର୍ପଣ କରାଯିବ। ଏହାସହ ମଧ୍ୟାହ୍ନ ୧୨ଟା ପୂର୍ବରୁ ରାମଲାଲାଙ୍କର ଜନ୍ମୋତ୍ସବରେ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରାଯିବ। ଏହାପରେ ସ୍ଥିର ହୋଇଥିବା ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯିବ।

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

ରାମ ନବମୀରେ ଅଯୋଧ୍ୟାରେ ହଳଦିଆ ବସ୍ତ୍ର ଧାରଣ କରିବେ ପ୍ରଭୁ ରାମଲାଲା। ସିଲକ କପଡାରେ ସୁନାଚାନ୍ଦିର କାର୍ଯ୍ୟ ବସ୍ତ୍ରରେ କରାଯାଇଛି। ଏହି ଦିନ ଭବ୍ୟ ଆୟୋଜନ କରାଯିବା ସହ ରାମଲାଲାଙ୍କର ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ରାମନବମୀରେ ରାମଲାଲା ଯେଉଁ ବସ୍ତ୍ର ଧାରଣ କରିବେ, ତାହା ଦିଲ୍ଲୀରୁ ପ୍ରସ୍ତୁତ ହୋଇ ଅଯୋଧ୍ୟା ନିଆଯାଉଛି। ଏହି ବସ୍ତ୍ରକୁ ରାମଲାଲାଙ୍କର ଡିଜାଇନର୍ ମନୀଷ ତ୍ରିପାଠୀ ତିଆରି କରିଛନ୍ତି। ପ୍ରାଣ ପ୍ରତିଷ୍ଠା ସମାରୋହରେ ମଧ୍ୟ ରାମଲାଲା ଯେଉଁ ବସ୍ତ୍ର ଧାରଣ କରିଥିଲେ, ତାହାକୁ ମନୀଷ ତିଆରି କରିଥିଲେ। ସେବେ ଠାରୁ ଆଜି ପର୍ଯ୍ୟନ୍ତ ନିୟମିତ ଯେଉଁ ବସ୍ତ୍ର ରାମଲାଲା ଧାରଣ କରୁଛନ୍ତି, ତାହାକୁ ମଧ୍ୟ ମନୀଷ ତ୍ରିପାଠୀ ତିଆରି କରି ଅଯୋଧ୍ୟା ପଠାଇ ଥାଆନ୍ତି।

ଚାଣକ୍ୟ ନୀତି : ଏମିତି ବିପଦରୁ ମୁକ୍ତି ପାଇବେ..

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories