www.samajalive.in
Monday, December 15, 2025
26.1 C
Bhubaneswar

ଚାଣକ୍ୟ ନୀତି : ଏମିତି ବିପଦରୁ ମୁକ୍ତି ପାଇବେ..

ଆଚାର୍ଯ୍ୟ ଚାଣକ୍ୟ ଭାରତର ମହାନ ଜ୍ଞାନୀ ଓ ବିଦ୍ୱାନ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ନୀତି କେବଳ ଦେଶ ନୁହେଁ ବରଂ ସାରା ଦୁନିଆରେ ପ୍ରସିଦ୍ଧ। ଯାହାକୁ ଚାଣକ୍ୟ ନୀତି ବୋଲି କୁହାଯାଏ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଉଲ୍ଳେଖ କରିଛନ୍ତି। ଯାହାର ଅନୁକରଣ କରିବା ଦ୍ୱାରା ମନୁଷ୍ୟଙ୍କୁ ସଫଳତା, ସୁଖ ଓ ସମ୍ମାନ ପ୍ରାପ୍ତି ହୋଇଥାଏ।

ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡିତ ପ୍ରତ୍ୟେକ ଜିନିଷକୁ ନିଜ ନୀତିରେ ବର୍ଣ୍ଣନା କରିଛନ୍ତି। ସେଭଳି ସମସ୍ୟା ସମୟରେ , ଖରାପ ପରିସ୍ଥିତିରୁ କେମିତି ନିଜକୁ ବାହାର କରିବେ ସେଥିପାଇଁ କିଛି ନୀତି କହିଛନ୍ତି।

- Advertisement -

ଯଦି କୌଣସି ସମସ୍ୟା କିମ୍ବା ବିପଦ ଆସେ ପ୍ରଥମେ ଏହାର ଭଲ ଓ ଖରାପ ଉଭୟ ପରିଣାମ ବିଷୟରେ ଚିନ୍ତା କରନ୍ତୁ। ଏହାପରେ ରଣନୀତି ପ୍ରସ୍ତୁତ କରି ଆଗକୁ ବଢନ୍ତୁ।

ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..

ଏହା ବ୍ୟତୀତ ପରିସ୍ଥିତି ଯେପରି ମଧ୍ୟ ହେଉ, ମନୁଷ୍ୟକୁ ସର୍ବଦା ସତ ମାର୍ଗରେ ଯିବା ଉଚିତ୍। କାରଣ ମିଛ କହିବା ଦ୍ୱାରା ପରିସ୍ଥିତି ଜଟିଳ ହୋଇଯାଏ।

ବଡ ସମସ୍ୟାରେ ଫସିଥିଲେ ସାବଧାନତା ସହ କାର୍ଯ୍ୟ କରନ୍ତୁ।

ଯେକୌଣସି ସମସ୍ୟା କିମ୍ବା ପରିସ୍ଥିତି ହେଉ ପ୍ରଥମେ ନିଜ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ସୁସ୍ଥ ରହିଲେ ହିଁ ପରିସ୍ଥିତିର ସାମ୍ନା କରି ହେବ। ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିଲେ ସଠିକ ନିଷ୍ପତ୍ତି ନେଇପାରିବେ। ସମସ୍ତ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ପରିବାର ପ୍ରତି ଧ୍ୟାନ ଦେବେ। ପରାମର୍ଶ ନେବା ଉଚିତ୍।

ନଦୀରେ ଡଙ୍ଗା ବୁଡି ୪ ମୃତ

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories