ଦିଲ୍ଲୀରେ ବିଜେପିକୁ ଚକମା ଦେବ କି ଆପ୍‌‌-କଂଗ୍ରେସ ମେଣ୍ଟ: ଜାଣନ୍ତୁ କଣ କହୁଛି ସର୍ଭେ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି। ଲୋକସଭା ନିର୍ବାଚନରେ ଦିଲ୍ଲୀ ଆସନ ସବୁଠୁ ଗୁରୁତ୍ୱ ବହନ କରୁଛି। ଏହି ଆସନରେ ଆମ ଆଦମୀ ପାର୍ଟି ଓ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ କଂଗ୍ରେସ ବି ପ୍ରାର୍ଥୀ ଘୋଷଣା କରିଛି। ଆପ୍‌‌ ଏବଂ କଂଗ୍ରେସ ମିଳିତ ଭାବରେ ଦିଲ୍ଲୀର ୭ଟି ଆସନରେ ବିଜେପି ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ଆପ୍‌‌ ୪ଟି ଆସନରେ ଏବଂ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ବିଜେପି, ନା ଆପ୍‌‌ କଂଗ୍ରେସ ମେଣ୍ଟକୁ ଏଠାରେ ଲୋକେ ଗ୍ରହଣ କରିବେ ତାହାକୁ ନେଇ ଏବିପି-ସି ଭୋଟର ପକ୍ଷରୁ ମତାମତ ନିଆଯାଇ ଏକ ସର୍ଭେ କରାଯାଇଥିଲା।

ସାବଧାନ୍! ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ମିଳୁଛି ନକଲି ଔଷଧ….

ଏବିପି-ସି ଭୋଟର ପକ୍ଷରୁ ହୋଇଥିବା ସର୍ଭେ ଫଳାଫଳରୁ ଜଣାପଡିଛି ଯେ ଦିଲ୍ଳୀରେ ବିଜେପିକୁ ବୃହତ ବିଜୟ ହାସଲ ହେବ। ଦିଲ୍ଲୀର ୭ଟି ଯାକ ଲୋକସଭା ଆସନରେ ବାଜିମାତ କରିବ ବିଜେପି। ସର୍ଭେ ଅନୁସାରେ ଆପ୍‌‌- କଂଗ୍ରେସ ମେଣ୍ଟର ସବୁ ରଣନୀତି ଫେଲ ମାରିବ। ଉଭୟ ଦଳ ଉପରେ ଭାରି ପଡିବ ଏନଡିଏ।
ସର୍ଭେ ଅନୁସାରେ ଏନଡିଏ ୫୮ପ୍ରତିଶତ ଭୋଟ ପାଇବ। ଇଣ୍ଡିଆ ମେଣ୍ଟ ୩୫ପ୍ରତିଶତ ଏବଂ ଅନ୍ୟମାନେ ୭ ପ୍ରତିଶତ ଭୋଟ୍‌‌ ପାଇବେ ବୋଲି ଆଶା କରାଯାଉଛି। ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଚାନ୍ଦନୀ ଚକ୍‌‌ ଆସନ ବ୍ୟତୀତ ବିଜେପି ଅନ୍ୟ ସମସ୍ତ ଆସନରେ ଏକପାଖିଆ ବିଜୟ ହାସଲ କରୁଥିବା ସର୍ଭେରୁ ଜଣାପଡିଛି। ଚାନ୍ଦନୀ ଚକ୍‌‌ ଆସନରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

ନଦୀରେ ଡଙ୍ଗା ବୁଡି ୪ ମୃତ


ସୂଚନା ଅନୁସାରେ ଦିଲ୍ଲୀର ସମସ୍ତ ସାତୋଟି ଆସନରେ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୨୯ରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ମେ ୬ତାରିଖ ଯାଏ ରହିଥିବା ବେଳେ ମେ ୭ରେ ନାମାଙ୍କନ ଯାଞ୍ଚ, ୯ ତାରିଖରେ ପ୍ରତ୍ୟାହାର କରାଯିବ। ସମସ୍ତ ଆସନରେ ୨୫ ମେ ରେ ଭୋଟ ଗ୍ରହଣ ହୋଇ ଜୁନ୍‌‌ ୪ରେ ଫଳାଫଳ ଘୋଷଣା କରାଯିବ।

 

Comments are closed.