www.samajalive.in
Saturday, December 6, 2025
16.1 C
Bhubaneswar

ସାବଧାନ୍! ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ମିଳୁଛି ନକଲି ଔଷଧ….

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତ ବହୁଳ ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଓଜନ ହ୍ରାସ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି। କିଏ ସକାଳେ ପ୍ରତିଦିନ ବ୍ୟାୟାମ କରୁଛି ତ ଆଉ କିଏ ଜିମ୍ ରେ ସମୟ ବିତାଉଛି। କେହି କେହି ଓଜନ ହ୍ରାସ ଲାଗି ବଜାରରେ ଉପଲବ୍ଧ ହେଉଥିବା ଔଷଧ ଗୁଡିକୁ ଖାଇଥାନ୍ତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ନକଲି ଔଷଧ ବିକ୍ରି କରୁଥିବା ୨୫୦ରୁ ଅଧିକ ଓ୍ବେବସାଇଟ୍ କୁ ବନ୍ଦ କରି ଦିଆଯାଇଛି। ସାଇବର ସୁରକ୍ଷା ସଂସ୍ଥା ବ୍ରାଣ୍ଡସିଲ୍ହ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏବଂ ବଜାର ସହ ଜଡିତ ୬ ହଜାର ୯୦୦ ରୁ ଅଧିକ ବେଆଇନ ଔଷଧ ଗୁଡିକୁ ହଟାଇ ଦିଆଯାଇଛି। ଏଥିରେ ଭାରତରୁ ୯୯୨ , ଇଣ୍ଡୋନେସିଆରୁ ୫୪୪, ଚୀନର ୩୬୪ ଏବଂ ବ୍ରାଜିଲର  ୧୧୪ ମେଡିସିନ୍ ସାମିଲ ରହିଛି। ଓଜନ ହ୍ରାସ ନେଇ ଦାବି କରି ଆସୁଥିବା କମ୍ପାନୀ ଗୁଡିକୁ ମଧ୍ୟ ବନ୍ଦ କରାଯାଇଛି। ବେଲଜିୟମ୍ , ସ୍ଵିଜରଲ୍ୟାଣ୍ଡ , ବ୍ରିଟେନ୍ ଏବଂ ଆମେରିକା ସହ ୯ ଦେଶରେ ନକଲି ମେଡିସିନ୍ ଖାଇ ବହୁ ଲୋକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories