www.samajalive.in
Saturday, December 6, 2025
26.1 C
Bhubaneswar

ଦୁବାଇ ବିମାନବନ୍ଦର ଜଳମଗ୍ନ, ସପିଂ ମଲରେ ଆଣ୍ଠୁଏ ପାଣି: ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଦୁବାଇରେ ଅବସ୍ଥା ଅତ୍ୟନ୍ତ ଶୌଚନୀୟ। ରାସ୍ତା ଓ ସପିଂ ମଲରେ ଆଣ୍ଠୁଏ ଉପରେ ପାଣି ଜମା ହୋଇଥିବା ବେଳେ ବିଭିନ୍ନ ଘରର ଛାତରୁ ପାଣି ଲିକ୍‌‌ ହେବାର ଦେଖିବାକୁ ମିଳିଛି। ଦୁବାଇ ସମେତ ବାହାରେନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେବା କାରଣରୁ ସମଗ୍ର ସହର ଜଳମଗ୍ନ ହୋଇଥିଲା। ବ୍ୟସ୍ତବହୁଳ ଭରା ଏହି ଦୁବାଇ ସହରରେ ଲୋକମାନଙ୍କ ଯାତାୟତ ଯେପରି ବର୍ଷା ପାଇଁ ସମ୍ପୂର୍ଣ୍ଣ ସ୍ଥଗିତ ହୋଇଯାଇଥିଲା। ରାସ୍ତାରେ ଜଳ ନିଷ୍କାସନ ସମସ୍ୟା ଉପୁଜିଛି। ଦୁବାଇରେ ପ୍ରକୃତିର ଏଭଳି ରୂପ ପ୍ରଥମ ଥର ଦେଖିବାକୁ ମିଳିଛି।
ମଙ୍ଗଳବାର ବର୍ଷା ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି। ଅବସ୍ଥା ଏପରି ହୋଇଥିଲା ଯେ ବିମାନବନ୍ଦରକୁ ଆସିବାକୁ ଥିବା ଅନେକ ବିମାନର ଗତିପଥ ବଦଳାଇ ଦିଆଯାଇଛି। ସନ୍ଧ୍ୟାରେ ୧୦୦ରୁ ଅଧିକ ବିମାନ ଦେଖିବାକୁ ମିଳୁଥିବା ଏହି ବିମାନବନ୍ଦରରେ ପ୍ରବଳ ବର୍ଷା ଯୋଗୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ୨୫ ମିନିଟ୍‌‌ ପରେ ଧୀରେ ଧୀରେ ବର୍ଷା କମିବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରୁ ଜଣାପଡୁଛି ଯେ ଏୟାରପୋର୍ଟର ରନୱେ ଏବଂ ବିମାନବନ୍ଦର ପାର୍କିଂ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।

- Advertisement -

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories