www.samajalive.in
Sunday, December 7, 2025
23.1 C
Bhubaneswar

ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ – ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ସ୍ଥଗିତ ରଖିବାକୁ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ପରୀକ୍ଷା୪ ଅକ୍ଟୋବର, ୨୦୨୦ ରେ  କରାଯିବାକୁ ଧାର୍ଯ୍ୟ ହୋଇଛି। ତେବେ ସୁପ୍ରିମକୋର୍ଟ ଯେଉଁ ପ୍ରାର୍ଥୀଙ୍କ ଶେଷ ପ୍ରୟାସ କରିବାକୁ ଯାଉଛନ୍ତି ସେମାନଙ୍କ ସହ ଏହି ରିହାତି ଉପରେ ବିଚାର କରିବାକୁ କେନ୍ଦ୍ରକୁ କହିଛନ୍ତି। ଏହାପୂର୍ବରୁ ସୋମବାର ଦିନ ୟୁପିଏସସି ଅଦାଲତରେ କହିଥିଲେ ଯେ  ସମସ୍ତ ଲଜିଷ୍ଟିକ୍ ବ୍ୟବସ୍ଥା ହୋଇସାରିଥିବାରୁ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ।

ଅକ୍ଟୋବର ୪ ରେ ହେବାକୁ ଥିବା ପ୍ରାଥମିକ ପରୀକ୍ଷାକୁ ସ୍ଥଗିତ ରଖିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ ହେଁ  ଯେଉଁ ପ୍ରାର୍ଥୀଙ୍କ ଶେଷ ପ୍ରୟାସ ଶେଷ, ସେମାନଙ୍କୁ କିଛି ରିହାତି ଦେବାକୁ  କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଦେଶରେ  କୋଭିଡ -୧୯ ମହାମାରୀ ମାମଲାରେ ଏହି ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

- Advertisement -

ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି କରାଯାଇଥିଲା ଯେ କରୋନା କାରଣରୁ ଏହା ପରୀକ୍ଷା କରିବା ଠିକ୍ ସମୟ ନୁହେଁ। ଦେଶର ୭୨ ଟି ସହରର ବିଭିନ୍ନ କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେବେ । ଏହା ଉପରେ ସୁପ୍ରିମକୋର୍ଟ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ସୂଚନା ଦେବାକୁ ୟୁପିଏସସିକୁ ନିର୍ଦେଶ ଦେଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories