ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମି ବିବାଦ, ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଖାରଜ

ନୂଆଦିଲ୍ଲୀ: ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମି ବିବାଦକୁ ନେଇ ଆଗତ ଏକ ଜନସ୍ବାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ମଥୁରାସ୍ଥିତ ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମିର ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସର୍ବେକ୍ଷଣ କରାଇବାକୁ ଆବେଦନ କରି ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କ ପୀଠ ଦର୍ଶାଇଥିଲେ ଏହି ମାମଲାକୁ ​‌େ​‌ନଇ ଏକାଧିକ ଦିୱାନୀ ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବାରୁ ଜନସ୍ବାର୍ଥ ମାମଲାର ବିଚାର କରାଯିବା ଠିକ୍‌ ହେବ ନାହିଁ। ସାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମି ବିବାଦ ଦେଇ ଏକ ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ତେଣୁ ଏଥିରେ ହସ୍ତକ୍ଷେପ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଚାହାନ୍ତି ନାହିଁ।

ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମହେକ ମା​ହେଶ୍ବରୀ ପୀଠ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ଏହି ଜନସ୍ବାର୍ଥ ମାମଲାରେ ପୂଜାସ୍ଥଳ ଆଇନର ବୈଧତାକୁ​‌ ନେଇ ପ୍ରଶ୍ନ ଉଠାଯାଇଛି। ଏ ନେଇ ପୀଠ ଦର୍ଶାଇଥିଲେ ପୂଜାସ୍ଥଳ ଆଇନର ବୈଧତାକୁ ନେଇ ଆବେଦନକାରୀ ଅନ୍ୟ ନ୍ୟାୟାଳୟରେ ମାମଲା ରୁଜୁ କରିପାରିବେ।

Comments are closed.