ସନ୍-ଟ୍ୟାନ୍ ଦୂର କରିବାର କିଛି ଟିପ୍ସ

0

ଖରାଦିନେ ତ୍ବଚା ଟ୍ୟାନ୍ ହେବା ଏକ ସାଧାରଣ ସମସ୍ୟା। ଖରାରେ ଅଧିକ ସମୟ ରହିଲେ ତ୍ବଚା ମଳିନ ପଡ଼ିଯାଏ। ତେବେ ଏଥିପାଇଁ ଯୁବତୀ ଓ ମହିଳାମାନେ ବ୍ୟତିବ୍ୟସ୍ତ ନ ହୋଇ ବରଂ ଘରୋଇ ଉପଚାର କରିବା ଉଚିତ।

  • ୧କପରେ ଲାଉ ରସ, ଗୋଲାପ ଜଳ ଓ ଲେମ୍ବୁରସ ସମାନ ପରିମାଣରେ ନେଇ ତାହାକୁ ସନ୍-ଟ୍ୟାନ୍ ପ୍ରଭାବିତ ହୋଇଥିବା ସ୍ଥାନରେ ତୁଳାରେ ଲଗାଇବେ। ଶୁଖିଲା ପରେ ଥଣ୍ଡା ପାଣିରେ ତ୍ବଚାକୁ ଧୋଇନିଅନ୍ତୁ।
  • ୨ ବଡ଼ ଚାମଚ ବେସନ, ୧ ବଡ଼ ଚାମଚ ଆଳୁ ରସ, ୧ଚାମଚ ଲେମ୍ବୁ ରସକୁ ପ୍ୟାକ୍ ଭାବେ ପ୍ରସ୍ତୁତ କରି ତ୍ବଚାରେ ଲଗାନ୍ତୁ। ୩୦ ମିନିଟ୍ ପରେ ତ୍ବଚାକୁ ନଖ ଉଷୁମ ପାଣିରେ ଧୋଇନେବେ।
  • ୩ ଚାମଚ ଗୋଲାପ ଜଳରେ ୧ ଚାମଚ କଞ୍ଚା ଖିିର ଓ ଚିମୁଟାଏ ହଳଦୀ ମିଶାଇ ତ୍ବଚାରେ ସ୍ନାନ ପୂର୍ବରୁ ଲଗାଇବେ। ୨୦ ମିନିଟ୍ ପରେ ସ୍ନାନ କରିବେ।
  • ଓଟସକୁ ଗୁଣ୍ଡ କରି ତାହାର ୨ ବଡ଼ ଚାମଚରେ ୨ ଚାମଚ ଦହି ମିଶାଇ ପେଷ୍ଟ ତିଆରି କରିବେ। ଏହାକୁ ମୁହଁ, ହାତ, ଗୋଡ଼ରେ ଲଗାଇ ଶୁଖିବା ପରେ ଥଣ୍ଡା ପାଣିରେ ଧୋଇଲେ ଟ୍ୟାନ୍ ଦୂର ହେବା ସହ ତ୍ବଚାକୁ ଶୀତଳତା ମିଳିଥାଏ।
  • ୩ବଡ଼ ଚାମଚ ଚନ୍ଦନ ଗୁଣ୍ଡ, ଚିମୁଟାଏ ହଳଦୀର ପ୍ୟାକ୍ ମଧ୍ୟ ଟ୍ୟାନର ପ୍ରଭାବ ତୁରନ୍ତ ଦୂର କରିଥାଏ।
  • ଏକ କପରେ କମଳା ରସ ଓ ଦହି ସମାନ ପରିମାଣରେ ନେଇ ତାହାକୁ ତ୍ବଚାରେ ମାଲିସ୍ କରନ୍ତୁ। ୩୦ ମିନିଟ୍ ପରେ ତ୍ବଚାକୁ ଧୋଇନେବେ।
  • ମସୁର ଡାଲିକୁ ରାତିରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ପେଷ୍ଟ କରି ସେଥିରେ ଘି-କୁଆଁରୀ ରସ ମିଶାଇ ତ୍ବଚାରେ ଟ୍ୟାନ୍ ସ୍ଥାନରେ ଲଗାଇ ପରେ ଧୋଇବେ। ଶୀଘ୍ର ଉପକାର ମିଳେ।
Leave A Reply